ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ସମୟ ପରେ ରିଲାଏନ୍ସ ଏଜିଏମ୍-୨୦୧୯ ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରିଲାଏନ୍ସ ଗ୍ରୁପ୍‌ର ସିଏମ୍‌ଡି ମୁକେଶ୍ ଆମ୍ବାନି ତାଙ୍କ ଅଂଶିଦାରମାନଙ୍କୁ ସମ୍ବୋଧିତ କରି ଏହି ଭାଷଣରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି। ତେଣୁ, ସମସ୍ତଙ୍କ ନଜର ବର୍ତ୍ତମାନ ୨୦୧୯ ଆନୁଆଲ ଜେନେରାଲ ମିଟିଂ (ଏଜିଏମ୍‌) ଉପରେ।

ଏହି ଏଜିଏମ୍ ମୁମ୍ବାଇସ୍ଥିତ ବିର୍ଲା ମତୁଶ୍ରୀ ସଭାଘରେ ଅନୁଷ୍ଟିତ ହେବ।

୨୦୧୮ ଏଜିଏମ୍‌ରେ ରିଲାଏନ୍ସ କମ୍ପାନି ହୋମ୍‌ ଟିଭି ଏବଂ ବ୍ରଡବ୍ୟାଣ୍ଡ ସେକ୍ଟରରେ ପାଦ ରଖିବ ବୋଲି ଘୋଷଣା କରିଥିଲା। ଭାରତରେ ସବୁଠୁ ଶସ୍ତା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌ ସେବା ଯୋଗାଇଦେବା ପାଇଁ ‘ଜିଓ ଗିଗା ଫାଇବର’ ଲଞ୍ଚିଂ କରାଯାଇଥିଲା। ହେଲେ ସେବେଠାରୁ କମ୍ପାନି ଏହାର ଟେଷ୍ଟିଂ ଜାରି ରଖିଛି। ତେବେ ଚଳିତ ବର୍ଷ ଏଜିଏମ୍‌ରେ ‘ଜିଓ ଗିଗା ଫାଇବର’ର କମର୍ସିଆଲ ଲଞ୍ଚିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଥର ଏଜିଏମ୍‌ରେ ‘ଜିଓ ଗିଗା ଫାଇବର’ର ଆରମ୍ଭ ହେବକି ନାହିଁ ସେନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। କେବଳ ‘ଜିଓ ଗିଗା ଫାଇବର’ର ଲଞ୍ଚିଂ ହେବ ତାହା ନୁହେଁ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିଳ୍ପପତି ମୁକେଶ ଅମ୍ବାନି ବାଣିଜ୍ୟିକ କ୍ଷେତ୍ରରେ ଆହୁରି ବହୁତ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାର ପ୍ରଭାବ ଭାରତର ବାଣିଜ୍ୟ ତଥା ସେୟାର ମାର୍କେଟ ଉପରେ ବିଶେଷ ପ୍ରଭାବ ପକାଏ।

ଆଜି କିଛି ସମୟ ପରେ ରିଲାଏନ୍ସ ଏଜିଏମ୍‌ରେ ମୁକେଶ କ’ଣ ଘୋଷଣା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comment