ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପସ୍ତୁତ ଅଛି ଭାରତୀୟ ସେନା। ପାକସ୍ତାନ ଯଦି ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି ତେବେ ତାହା ପାକିସ୍ତାନର ନିଷ୍ପତ୍ତି। ହେଲେ ଏହାର କଡ଼ା ଜବାବ ଦେବ ସେନା‘‘, କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ।

ଜମ୍ମୁ କଶ୍ମୀର ଓ ପାକିସ୍ତାନ ପ୍ରସଙ୍ଗରେ ଏଭଳି ଦମ୍ଭୋକ୍ତି ଦେଇଛନ୍ତି ବିପିନ ରାଓ୍ୱତ। ପାକସ୍ତାନ ସୀମାରେ ସମରସଜ୍ଜା କରୁଥିବା ନେଇ ସେ କହିଛନ୍ତି ଯେ ସତର୍କତା ପାଇଁ ସବୁଦେଶ ଏଭଳି କରିଥାନ୍ତି ତେଣୁ ଏହାକୁ ଗୁରୁତ୍ୱ ଦେବାର କିଛି କାରଣ ନାହିଁ।

ସେହିପରି ଜମ୍ମୁ କଶ୍ମୀରରୁ ୩୭୦ ହଟିବା ସେନାର ଭୂମିକାକୁ ନେଇ ସେ ମତ ରଖିଛନ୍ତି। ସେ କହିଛନ୍ତି,‘‘କଶ୍ମୀରର ଜନ ସାଧାରଣ ଓ ସେନା ମଧ୍ୟରେ ଭଲ ସଂପର୍କ ରହିଛି। ଆଗରୁ ଯବାନମାନେ ବିନା ବନ୍ଧୁକରେ ଲୋକଙ୍କ ସହ ମିଶୁଥିଲେ। ଖୁବଶୀଘ୍ର ସେହି ସ୍ଥିତି ଫେରିବ।‘‘

Comment