ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବୃଦ୍ଧି ହୋଇଛି।  ଅଗଷ୍ଟ ୧୪ ଯାଞ୍ଚର ଶେଷ ତାରିଖ ଥିଲାବେଳେ ଏବେ ଏହାକୁ ଅଗଷ୍ଟ ୨୭ ଯାଏଁ ବୃଦ୍ଧି କରାଯାଇଛି। ମଙ୍ଗଳବାର କାଳିଆ ଯୋଜନା ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଯାଞ୍ଚ କରାଯାଇଛି।

ଅରୁଣ ସାହୁ କହିଛନ୍ତି,‘‘ ୨୭ ତାରିଖରେ ପଞ୍ଚାୟତ ସ୍ତରରେ, ୨୯ରେ ବ୍ଲକ ସ୍ତରରେ ଏବଂ ୩୧ରେ ଜିଲ୍ଲାସ୍ତରରେ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଶେଷ କରାଯିବ। ଯାଞ୍ଚ ପରେ ଅଯୋଗ୍ୟ ହିତାଧୀକାରୀ ପରବର୍ତ୍ତୀ କାଳିଆ କିସ୍ତି ପାଇ ପାରିବେନି‘‘।

Comment