ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଏକ ଅଘଟଣ ଘଟିଛି। ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ିବା ଫଳରେ ଶାଶୂର ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ଭାବେ ଆହତ ହୋଇଛି। ଘଟଣାଟି କଳାହାଣ୍ଡି ଜିଲ୍ଲା ଗୋଶଳାପଡ଼ାରେ ଗ୍ରାମରେ ଘଟିଛି।

ମୃତ ବୃଦ୍ଧଙ୍କ ନାଁ ରାଣୀମତି ସିଂ ଓ ଆହତ ବୋହୂଙ୍କ ନାଁ ଯଶୋବନ୍ତି ସିଂ। ଦୁଇ ଜଣ ସୋମବାର ରାତିରେ ରୋଷେଇ କରୁଥିବା ବେଳେ ହଠାତ୍‌ ରୋଷେଇ ଘର କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ରାଣୀମତିଙ୍କ ମୃତ୍ୟୁ ହୋଇଥିଲା।

Comment