ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ୟା ପ୍ରଭାବିତ ୫ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍‌ ଘୋଷଣା କରିଛନ୍ତି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗିର ଜିଲ୍ଲାରେ ୭ ଦିନ ପାଇଁ ରିଲିଫ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବଡ଼ ଲୋକଙ୍କ ପାଇଁ ଦିନକୁ ୬୦ ଏବଂ ପିଲାଙ୍କ ପାଇଁ ୪୫ ଟଙ୍କାର ରିଲିଫ୍ ଘୋଷଣା ହୋଇଛି।

ଲଗାଣ ବର୍ଷାରେ ପଶ୍ଚିମ ଓଡ଼ିଶାର ସ୍ଥିତି ଦୟନୀୟ ହୋଇଯାଇଛି। ବର୍ଷାରେ ଲୋକେ ଜଳବନ୍ଦୀ ହୋଇଯାଇଛନ୍ତି। ସ୍କୁଲ, କଲେଜ ବନ୍ଦ ରହିଛି। ଏପଟେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ରିଲିଫ୍ ଘୋଷଣା କରିଛନ୍ତି।

Comment