ଓଡ଼ିଶାଲାଇଭ୍  ବ୍ୟୁରୋ

ସିବିଏସ୍‌ଇ ଫି’ ବୃଦ୍ଧି ଉପରେ ପ୍ରଶ୍ନ ଉଠାଇ ନବୀନ କେନ୍ଦ୍ରକୁ ଲେଖିଲେ ଚିଠି।

ସିବିଏସ୍‌ଇ ବୃଦ୍ଧି କରିଛି ପରୀକ୍ଷା ଫି’। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ଫି’ ବୃଦ୍ଧି ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଚିଠି ଲେଖିଛନ୍ତି।

ନବୀନଙ୍କ ଏହି ଚିଠିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମର୍ଥନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠିର ପୁନର୍ବିଚାର କରିବେ ବୋଲି କେଜରିୱାଲ ଆଶା ରଖିଛନ୍ତି।

ନିକଟରେ ସିବିଏସ୍‌ଇ କର୍ତ୍ତୃପକ୍ଷ ପରୀକ୍ଷା ବୃଦ୍ଧି କରିଥିଲେ। ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ୫୦ ଟଙ୍କାରୁ ୧୨ ଶହ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ୭୫୦ ଟଙ୍କାରୁ ୧୫ ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିସହ ଲେଟ୍‌ ଫି ୨ ହଜାର ଟଙ୍କା ରଖାଯାଇଛି।

ଫି’ ବୃଦ୍ଧିକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ଓଡ଼ିଶାର ଅଭିଭାବକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫି’ ବୃଦ୍ଧି ଉପରେ ପୁନର୍ବିଚାର କରିବାକୁ କେନ୍ଦ୍ରକୁ ଚିଠି ଲେଖିବାକୁ ଅନୁରୋଧ କରିଥିଲେ।

Comment