ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବଲିଉଡ ଅଭିନେତ୍ରୀ ସ୍ୱର୍ଗତ ଶ୍ରୀଦେବୀଙ୍କ ୫୬ତମ ଜନ୍ମଦିନ।

ଆଜି ବଲିଉଡ ଅଭିନେତ୍ରୀ ସ୍ୱର୍ଗତ ଶ୍ରୀଦେବୀଙ୍କ ଜନ୍ମଦିନ। ଜନ୍ମ ଦିନ ଅବସରରେ ଶ୍ରୀଦେବୀଙ୍କୁ ତାଙ୍କ ପରିବାରବର୍ଗ, ଫ୍ୟାନ୍ସ ଓ ବଲିଉଡ୍‌ ସେଲିବ୍ରେଟି ମନେପକାଉଛନ୍ତି। ତେବେ ଶ୍ରୀଦେବୀଙ୍କୁ ସିଙ୍ଗାପୁରରେ ମାଡାମ ତୁଷାଦ ଅନୁଷ୍ଠାନ ଏକ ଖାସ୍‌ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୫୬ତମ ଜନ୍ମ ଦିବସ ଅବସରରେ ମାଡାମ ତୁଷାଦ ଶ୍ରୀଦେବୀଙ୍କ ମହମ ମୂର୍ତ୍ତି ନିର୍ମାଣ କରିଛି।

ଶ୍ରୀଦେବୀଙ୍କ ଏହି ମହମ ମୂର୍ତ୍ତିକୁ ନିର୍ମାଣ କରିବାରେ ଦୀର୍ଘ ୫ ମାସ ସମୟ ଲାଗିଥିଲା। ୨୦ ଜଣିଆ ଏକ୍ସପର୍ଟ ଆର୍ଟିଷ୍ଟ ଟିମ୍‌ ଏହାକୁ ନିର୍ମାଣ କରିବା କାମରେ ଲାଗିଥିଲେ। ଏହି ଟିମ୍‌ ଶ୍ରୀଦେବୀଙ୍କ ପରିବାର ସହିତ ମିଶି ତାଙ୍କର ପୋଜ୍‌, ଏକ୍ସପ୍ରେସନ, ମେକ୍‌ଅପ୍‌ ଉପରେ ବିଶେଷ ଗବେଷଣା କରି ପାଞ୍ଚ ମାସ ସମୟ ମଧ୍ୟରେ ଏହି ମହମ ମୂର୍ତ୍ତିକୁ ତିଆରି କରିବାରେ ସକ୍ଷମ ହୋଇଛନ୍ତି।

ସୂଚନା ମୂତାବିକ, ବଲିଉଡ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆର ପ୍ରସିଦ୍ଧ ଗୀତ ‘ହୱା ହୱାଇ’ରେ ଶ୍ରୀଦେବୀଙ୍କ ଲୁକ୍‌ ଭଳି ଅପରୂପ ମହମ ପ୍ରତିମୂର୍ତ୍ତି ମାଡାମ ତୁଷାଦରେ ନିର୍ମାଣ କରାଯାଇଛି। ଶ୍ରୀଦେବୀଙ୍କ ଏହି ମହମ ମୂର୍ତ୍ତିକୁ ଅଫିସିଆଲି ସେପ୍ଟେମ୍ବର ପହିଲାରେ ଲଞ୍ଚ କରାଯିବ। ସ୍ୱାମୀ ବୋନି କପୁର ଏବଂ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁର ଶ୍ରୀଦେବୀଙ୍କ ଏହି ମହମ ମୂର୍ତ୍ତିକୁ ଉଦ୍‌ଘାଟନ କରିବେ।

Comment