ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଶେଷ ହେଲାଣି ନିର୍ବାଚନ। ଆଉ ରାଲି ନାହିଁ କି ସଭାସମିତି ନାହିଁ। କିନ୍ତୁ ପଶ୍ଚିମବଙ୍ଗର ରାଜନୀତି ମାହୋଲ ପୂରା ଗରମ ରହିଛି। ପଶ୍ଚିମବଙ୍ଗରେ ମମତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀକୁ ନେଇ ଏବେ ରାଜନୀତି ତେଜିଛି।

ଆଉ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ବଜାରରେ ମିଳୁଛି ଭଳିକି ଭଳି ରାକ୍ଷୀ। ହେଲେ ପଶ୍ଚିମବଙ୍ଗର ବର୍ଦ୍ଧବାନରେ ଏମିତି ରାକ୍ଷୀ ମିଳୁଛି ଯାହାକୁ ନେଇ ରାଜନୀତି ଜମିଛି। ବର୍ଦ୍ଧବାନର ବିଭିନ୍ନ ରାକ୍ଷୀ ଦୋକାନରେ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ଫଟୋ ଲାଗିଥିବା ରାକ୍ଷୀ ବଜାରରେ ମିଳୁଛି। ଏହି ରାକ୍ଷୀ ପ୍ରତି ଯୁବପିଢ଼ି ଆକର୍ଷିତ ହେଉଛନ୍ତି। ମୋଦି, ମମତା ରାକ୍ଷୀ ଭଲ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି।

ମୋଦି ଓ ମମତା ରାକ୍ଷୀ ୧୦ ଟଙ୍କାରୁ ଆରମ୍ଭ ହୋଇ ୪୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହି ଦୁଇ ରାକ୍ଷୀର ଚାହିଦା ବଢ଼ି ଯାଇଥିବାରୁ ଅନ୍ୟ ରାକ୍ଷୀ ବିକ୍ରି ହୋଇପାରୁ ନାହିଁ।

ମୋଦି ଓ ମମତାଙ୍କ ଫଟୋ ବାଦ୍‌ ‘ଜୟ ଶ୍ରୀରାମ’ ଏବଂ ‘ଜୟ ବଙ୍ଗାଲ’ ଲେଖାଥିବା ରାକ୍ଷୀ ବି ଜୋରସୋର୍‌ରେ ବିକ୍ରି ହେଉଛି।

ଗତ ନିର୍ବାଚନ ବେଳେ ବିଜେପି ଏବଂ ତୃଣମୂଳ କଂଗ୍ରେସ ଭିତରେ ଜୋରଦାର ଲଢ଼େଇ ହୋଇଥିଲା। ଉଭୟ ଦଳର ସମର୍ଥକଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିଲା। ନିର୍ବାଚନ ବେଳେ ପଶ୍ଚିମବଙ୍ଗର ରାଜନୀତି ଉଷ୍ମ ରହିଥିବା ବେଳେ ଏବେ ରାକ୍ଷୀରେ ବି ସମାନ ପରିସ୍ଥିତି ଦେଖାଦେଇଛି।

Comment