ଓଡ଼ିଶାଲାଇଭ୍ ବ୍ୟୁରୋ

 

ବଦଳିବ ଯୋଜନା ବୋର୍ଡର ରୂପରେଖ। ବଦଳିବ ମଧ୍ୟ ଏହାର କାର୍ଯ୍ୟଧାରା। ଖାଲି ସେତିକି ନୁହେଁ, ଏହାର କ୍ଷମତା ମଧ୍ୟ ବୃଦ୍ଧି ପାଇବ। ଯୋଜନା ବୋର୍ଡକୁ ଖୁବଶୀଘ୍ର ବାଟକୁ ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯୋଜନା ବୋର୍ଡକୁ ଭାରତ ସରକାରଙ୍କ ନୀତି ଆୟୋଗ ଢାଞ୍ଚାରେ ଗଠନ କରାଯିବ। ଯେଉଁ ଲକ୍ଷ୍ୟ ନେଇ ସରକାର ଏହାକୁ ଗଠନ କରିଥିଲେ ସେହି ଲକ୍ଷ୍ୟ ଯେମିତି ସାଧିତ ହୋଇପାରିବ ସେନେଇ ଉଦ୍ୟମ କରାଯିବ।

 

ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯୋଜନା ବୋର୍ଡ ସରକାରୀ ଦଳର ଥଇଥାନ କେନ୍ଦ୍ର ପାଲଟିଛି। ସରକାରୀ ଦଳର ନେତାଙ୍କୁ ସେଠି ଥଇଥାନ କରାଯାଉଛି। ଫଳରେ ଯେଉଁ ଲକ୍ଷ୍ୟ ନେଇ ଏହା ଗଠନ ହୋଇଥିଲା ତାହା ଏବେ ଲକ୍ଷ୍ୟଠାରୁ ବହୁ ଦୂରରେ।

ଏହାସହ ସେ ଆହୁରି କହିଛନ୍ତି, ”ବିଶିଷ୍ଟ ବ୍ୟକ୍ତି ଓ ଯେଉଁମାନଙ୍କର ଅର୍ଥନୀତି ଓ ଯୋଜନା ସମ୍ପର୍କରେ ବିଶେଷ ଜ୍ଞାନ ଥିବ ସେମାନଙ୍କୁ ଏଠାରେ ଅବସ୍ଥାପତି କରାଯିବା କଥା। ଯେଉଁମାନେ ରାଜ୍ୟର ବିକାଶ ପାଇଁ ସରକାରଙ୍କୁ ସଠିକ ମାର୍ଗଦର୍ଶନ ଦେଇପାରିବେ ସେମାନଙ୍କୁ ହିଁ ଯୋଜନା ବୋର୍ଡରେ ସାମିଲ କରାଯିବା ଉଚିତ।”

Comment