ଓଡ଼ିଶାଲାଇଭ ବ୍ୟୁରୋ

ଗତ ଦୁଇଦିନ ଦେବ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ରାଜ୍ୟରର କେତକ ସ୍ଥାନ। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବର୍ଷାରେ ବୌଦ୍ଧ, ବଲଙ୍ଗୀର ଓ କଳାହାଣ୍ଡି ଅଧିକ ପ୍ରଭାବିତ ହୋଇଛି।

ଦେବଗଡ଼ ରୋଡ଼-ବରଗଡ଼, ଲୋଇସିଙ୍ଗା-ବଲାଙ୍ଗୀର ଓ ବରପାଲି-ଡୁଙ୍ଗୁରିପାଲି ମଧ୍ୟରେ ଥିବା ଟ୍ରେନଲାଇନରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ୩ଟି ଏକ୍ସପ୍ରେସ ଜଳବନ୍ଦୀ ଅବସ୍ଥାରେ ରହିଛି। ସେହିପରି ସମ୍ଵଲପୁର-ଟିଟଲାଗଡ଼ ଡିଭିଜନରେ ମଧ୍ୟ ରେଳ କର୍ମଚାରୀଙ୍କ ଦ୍ଵାରା କିଛି ଟ୍ରେନକୁ ବାତିଲ କରାଯାଇଛି।

ଆଜି ସକାଳ ୬.୧୦ରେ ଆସିବାକୁ ଥିବା ରାଉରକେଲା-ଜଗଦଲପୁର ଏକ୍ସପ୍ରେସକୁ ବାତିଲ କରାଯାଇଥିଲା। ଜଣେ ରେଳ ଅଧିକାରୀଙ୍କ କହିବାନୁସାରେ ବର୍ଷା ଯୋଗୁଁ ସମ୍ଵଲପୁରରୁ ଟିଟଲାଗଡ଼ ମଧ୍ୟରେ ଥିବା ଟ୍ରେନ ଲାଇନରେ ବନ୍ୟାଜଳ ପ୍ରବାହିତ ହେଉଛି। ସେଥିପାଇଁ କାଲି ମଧ୍ୟ ଟ୍ରେନ ବାତିଲ ରହିବ।

ଆଜି ସକାଳୁ ସମ୍ଵଲପୁର-ରାୟଗଡ଼ା ଏକ୍ସପ୍ରେସ ବରଗଡ଼ ଜିଲ୍ଲାର ବରପାଲିରେ ଜଳବନ୍ଦୀ ହୋଇ ରହିଛି। ଆଜମେର-ପୁରୀ ଏକ୍ସପ୍ରେସକୁ ବଲାଙ୍ଗୀର ଜିଲ୍ଲାର ଲୋଇଙ୍ଗାଠାରେ ରୋକାଯାଇଛି। ଏହାଛଡ଼ା ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ଇସ୍ପାତ ଏକ୍ସପ୍ରେସକୁ ମଧ୍ୟ ରୋକାଯାଇଛି।

Comment