ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାର ପ୍ରସିଦ୍ଧ କବି ତଥା କ୍ଷୁଦ୍ର ଗଳ୍ପ ଲେଖିକା ବନଜ ଦେବୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ସରଳା ସ୍ମୃତି ସମ୍ମାନ ଦିଆଯିବ। ଅଗଷ୍ଟ ୧୯ ତାରିଖରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଆୟୋଜିତ ଏକ ସମାରୋହରେ ବନଜ ଦେବୀଙ୍କୁ ଏହି ସମ୍ମାନ ଦିଆଯିବ।

ଏନେଇ ସରଳା ଦେବୀ ସ୍ମୃତି ସଂସଦ ପକ୍ଷରୁ ସଂସଦର ସାଧାରଣ ସଂପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ସୂଚନା ଦେଇଛନ୍ତି। ପୁରସ୍କାର ସ୍ଵରୂପ ତାଙ୍କୁ ୧୫ ହଜାର ଟଙ୍କା, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯିବ।

ବନଜା ଦେବୀ ୩୨ରୁ ଅଧିକ ପୁସ୍ତକ ଲେଖିଛନ୍ତି। ପୁସ୍ତକ ଗୁଡ଼ିକ ମଧ୍ୟରେ ଭୂମିଲଗ୍ନା, ଦୂର ନକ୍ଷେତ୍ରର ଦ୍ଵୀପ, ନୀଳ ମାଧବର ଗାଁ, କେତୋଟି ସବୁଜ ପତ୍ର, ବସ୍ତି ସାରା ଶୋକ, ସେ ଆଉ ଜଣେ, ଗାୟତ୍ରୀର ପୁଅ, ସୁନାରେ ଭରିଛି ନାଆ ପ୍ରଧାନ। ଏହାସହ ୨୦୧୭ରେ ତାଙ୍କ ଲିଖିତ କ୍ଷୁଦ୍ରଗଳ୍ପ କାଠପୁଅ ପାଇଁ ସରଳା ପୁରସ୍କାର ପାଇଥିଲେ।

Comment