ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଗାୟକ ମିକା ସିଂହଙ୍କୁ ଏକ ବଡ଼ ଝଟକା ଲାଗିଛି। ଅଲ ଇଣ୍ଡିଆ ସିନେ ଓ୍ୱାରକର୍ସ ଆସୋସିଏସନ ପକ୍ଷରୁ ତାଙ୍କୁ ବ୍ୟାନ କରାଯାଇଛି। ଫିଲ୍ମ ପ୍ରଡକ୍ସନ ହାଉସ୍‌, ମ୍ୟୁଜିକ କମ୍ପାନି ଏବଂ ସବୁ କନସର୍ଟରୁ ତାଙ୍କ ବ୍ୟାନ କରାଯାଇଛି। ଏଥିସହିତ ଆସୋସିଏସନ ମିକାଙ୍କୁ କୌଣସି ଫିଲ୍ମରେ କାମ ନଦେବାକୁ ପ୍ରଡକ୍ସନ ହାଉସ୍‌କୁ କହିଛି।

ଯଦି କେହି ତାଙ୍କୁ କାମ ଦିଅନ୍ତି ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛି ଆସୋସିଏସନ୍‌। ଏହି ପ୍ରସଙ୍ଗରେ ସୂଚନା ଓ ପ୍ରସାରଣ ବିଭାଗକୁ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି।

ଗତ ସପ୍ତାହରେ ମିକା ପାକିସ୍ତାନର କରାଚୀରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୀତ ଗାଇଥିଲେ। ଯାହାକୁ ନେଇ ବିବାଦ ଜୋର ଧରିଥିଲା। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫଙ୍କ ସଂପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମ ଥିଲା।

ଜମ୍ମୁ କଶ୍ମୀରୁ ଧାରା ୩୭୦ ହଟିବା ପରେ ପାକସ୍ତାନ ଭାରତ ଫିଲ୍ମ ବ୍ୟାନ କରିବା ସହିତ ବାଣିଜ୍ୟିକ ଓ କୂଟନୈତିକ ସଂପର୍କ ଛନ୍ନ କରିଛି। ଏହାପରେ ବି ମିକା କିପରି ପାକିସ୍ତାନ ଯାଇ ବିବାହ କାର୍ଯ୍ୟକ୍ରମରେ ସାମିଲ ହେଲେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Comment