ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଟି ଦିଲ୍ଳୀର ତିନି ବିଦ୍ୟାର୍ଥୀ ଏପରି ଏକ ପଟି ପ୍ରସ୍ତୁତ କରିଛନ୍ତି ଯାହା ପୋଡ଼ା ଦାଗର ଚିହ୍ନ ଦୂର କରିପାରିବ। ସେକେଣ୍ଡ ଡିଗ୍ରୀ ବର୍ଣ୍ଣ ଇଞ୍ଜୁରୀ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ପାରିବ। ଚର୍ମର ଦ୍ଵିତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିଥିବା ପୋଡ଼ା କ୍ଷତର ଚିକିତ୍ସା ସହଜ ହୋଇପାରିବ।

ଆଇଆଇଟି ଦିଲ୍ଲୀର ତିନି ଜଣ ଛାତ୍ରୀ ଆରାଧନା, କୀର୍ତ୍ତିକା ଓ ଗୋପେନ୍ଦ୍ର ଏହି ପଟି ପ୍ରସ୍ତୁତ କରିଛନ୍ତି। ଏମ୍‌ସ ସହ ମିଶି ସେମାନେ ଏହି ପଟିର ସଫଳ ପରୀକ୍ଷଣ କରିଛନ୍ତି।

ଭାରତରେ ଏହାର ମୂଲ୍ୟ ୫୦୦ରୁ ୧୦୦୦ଟଙ୍କା ମଧ୍ୟରେ ଉପଲବବ୍ଧ ହେବ।

ପ୍ରତିବର୍ଷ ଦେଶରେ ୬୦ରୁ ୭୦ ଲକ୍ଷ ଲୋକ ପୋଡ଼ାକଳା ଜନିତ କ୍ଷତର ଉପଶମ ପାଇଁ ଚିକିତ୍ସିତ ହୁଅନ୍ତି। କ୍ଷତର ଉପଶମ ପାଇଁ ସେମାନଙ୍କୁ ବହୁ ଚେଷ୍ଟା କରିବାକୁ ପଡ଼ିଥାଏ। ଏପରି କ୍ଷେତ୍ରରେ ଏହି ପଟି ସେମାନଙ୍କ ପାଇଁ ଉପକାରୀ ହେବ।

Comment