ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟ ସରକାର ଗାର୍ଡ ଅଫ୍ ଅନର୍‌/ହାଉସ୍ ଗାର୍ଡ ବ୍ୟବସ୍ଥା ଉଛେଦ କରିଛନ୍ତି। ଏହି ବ୍ୟବସ୍ଥା ଉଛେଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ଗାର୍ଡ ଅଫ୍ ଅନର୍‌ ଦିଆଯିବନି।

କେବଳ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ, ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବ ଭଳି କାର୍ଯ୍ୟକାରୀ ହେବ।

ସ୍ୱାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ଭାବେ ସମ୍ବୋଧନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନ ପାଇଁ ବିଭିନ୍ନ ସଭାସମିତିରେ ଏଭଳି ସମ୍ବୋଧନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Comment