ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ କମ୍ପାନି ସାଓମୀ ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ କରିବ ଥର୍ଡ ଜେନେରେସନର ଆଣ୍ଡୋଏଡ ୱାନ୍ ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନଟି ହେଉଛି ଏମ୍‌ଆଇ ଏ୩। ଆସନ୍ତା ଅଗଷ୍ଟ ୨୧ରେ ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଲଞ୍ଚିଂ ଇଭେଣ୍ଟରେ ଏହି ‘ଏମ୍‌ଆଇ ଏ୩’ ସ୍ମାର୍ଟଫୋନ ଭାରତରେ ଲଞ୍ଚ ହେବ। ତେବେ ଏହା ପୂର୍ବରୁ ଏମ୍‌ଆଇ ଏ୩ର ଟିଜର ରିଲିଜ ହୋଇଛି।

ମଙ୍ଗଳବାର ଆମାଜନ ଇଣ୍ଡିଆ ପକ୍ଷରୁ ‘ଏମ୍‌ଆଇ ଏ୩’ ସ୍ମାର୍ଟଫୋନର ଟିଜର ରିଲିଜ ହୋଇଯାଇଛି। ତେବେ ସ୍ମାର୍ଟଫୋନ ଲଞ୍ଚ ହେବା ପରେ ଇ-କମର୍ସ ୱେବସାଇଟ୍‌ ଆମାଜନରେ ଉପଲବ୍ଧ ହେବ ବୋଲି ଜଣାପଡ଼ୁଛି। ହେଲେ ଏପର୍ଯ୍ୟନ୍ତ ଅମାଜନ ପକ୍ଷରୁ ଏହାର ସେଲିଂ ତାରିଖ ଘୋଷଣା ହୋଇନାହିଁ।

ଟିଜର ମୂତାବିକ, ଏହି ସ୍ମାର୍ଟଫୋନରେ ଏଆଇ ଟ୍ରିପଲ କ୍ୟାମେରା ଓ ଏଆଇ ସେଲ୍‌ଫି କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହି ସ୍ମାର୍ଟଫୋନରେ ୟୁଜର ଏମ୍‌ଆଇୟୁଆଇ ବଦଳରେ ଷ୍ଟକ୍‌ ଆଣ୍ଡ୍ରୋଏଡ୍‌ର ଇଣ୍ଟରଫେସ୍‌ ପାଇବେ।

ଆଣ୍ଡୋଏଡ ୱାନ୍ ପ୍ରୋଗାମ ବିଶିଷ୍ଟ ଏହି ସ୍ମାର୍ଟଫୋନ୍‌ରେ ଦୁଇ ବର୍ଷ ପର୍ଯ୍ୟନ୍ତ ଆଣ୍ଡୋଏଡ ଅପଡେଟ୍‌ ମିଳିବ।

ସ୍ପେସିଫିକେସନ

  • ୬.୦୮ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଡିସ୍‌ପ୍ଲେ
  • ଆଣ୍ଡ୍ରୋଏଡ ୯ ପାଇ ଭର୍ସନ
  • ୪ ଜିବି ରାମ୍‌
  • ୪୮ ମେଗାପିକ୍ସେଲ ବିଶିଷ୍ଟ ଟ୍ରିପଲ ରିୟର କ୍ୟାମେରା
  • ୩୨ ମେଗାପିକ୍ସେଲ ବିଶିଷ୍ଟ ସେଲ୍‌ଫି କ୍ୟାମେରା
  • କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସର

Comment