ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁରେଶ ମହାପାତ୍ର ଉନ୍ନୟନ କମିଶନର
  • ପ୍ରଦୀପ୍ତ ମହାପାତ୍ର କୃଷି ଓ ଉତ୍ପାଦନ କମିଶନର
  • ଆର୍‌ ବାଲାକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା

୧୯୮୬ ବ୍ୟାଚର ଆଇଏଏସ୍‌ ଅଫିସର ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା।

ଅସିତ ତ୍ରିପାଠୀ ବିଭନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ ରହି ନିଜର ଦକ୍ଷତା ଦେଖାଇଥିଲେ। ୨୦୧୫ରେ ଶ୍ରୀ ତ୍ରିପାଠୀଙ୍କୁ ଗୃହ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୮ରେ ଆର୍‌ ବାଲାକ୍ରିଷ୍ଣନ ଉନ୍ନୟନ କମିଶନର ପଦରୁ ଅବସର ନେବା ପରେ ଅସିତଙ୍କୁ ଏହି ପଦବୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ନିକଟରେ ଅସିତ ତ୍ରିପାଠୀଙ୍କୁ କେବିକେର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଥିଲା।

ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର କରାଯାଇଛି। ଆର୍ ବାଲାକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

Comment