ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ଆଜି ସ୍ୱାଧୀନତା ଦିବସ ସହ ରକ୍ଷା ବନ୍ଧନ ପାଳନ ହେଉଛି। ଭାଇର ମଙ୍ଗଳକାମନା କରି ହାତରେ ରାଖୀ ବାନ୍ଧିଛି ଭଉଣୀ। ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ ନିଜ ଭାଇ ରାହୁଲଙ୍କୁ ଭିନ୍ନ ଢଙ୍ଗରେ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି। ଭାଇ ରାହୁଲଙ୍କ ସହ ପ୍ରିୟଙ୍କା ନିଜ ପିଲାଦିନର ଏକ ଫଟୋ ଟୁଇଟରରେ ସେୟାର କରିଛନ୍ତି।

ଏହି ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, “ଦୁନିଆର ସବୁଠାରୁ ଭଲ ଭାଇ।” ପ୍ରିୟଙ୍କା ଗାନ୍ଧୀ ନିଜ ଭାଇ ରାହୁଲ ଗାନ୍ଧୀଙ୍କୁ ଦୁନିଆର ସବୁଠାରୁ ଭଲ ଭାଇ ବୋଲି ଟୁଇଟରରେ କହିଛନ୍ତି।

ସାରା ଦେଶରେ ଆଜି ରାଖୀ ଉତ୍ସବ ପାଳନ ହେଉଛି। ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ମଧ୍ୟ ରାଖୀ ବାନ୍ଧିବା ପାଇଁ ଭିଡ଼ ଲାଗିଥିଲା। ଅନେକ ମହିଳା ତଥା ସ୍କୁଲ ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଆଜି ରାଖୀ ବାନ୍ଧିଛନ୍ତି।

Comment