ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପବିତ୍ର ରାଖୀ ପୂର୍ଣ୍ଣିମା। ଏହି ଅବସରରେ ସାରା ଦେଶ ଆଜି ସ୍ଵାଧୀନତା ଦିବସ ସହ ରାଖୀ ପୂର୍ଣ୍ଣିମା ମଧ୍ୟ ପାଳନ କରୁଛି। ଘରେ ଘରେ ମିଠା ପିଠାରେ ପୁରି ଉଠିଛି। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ତା’ର ଉଜ୍ଵଳ ଭବିଷ୍ୟତ କାମନା କରିବ। ବଦଳରେ ଭାଇ ଭଉଣୀକୁ ସୁରକ୍ଷା ଦେବାର ସକଂଳ୍ପ କରିବ। ଏମତି ହିଁ ଭାରତରେ ପାଳନ ହେଉଛି ଭାଇ-ଭଉଣୀର ସଂପର୍କକୁ ନେଇ ଏହି ପର୍ବ।

ଭାଇ ହାତରେ ଭଉଣୀ ରାଖୀ ବାନ୍ଧିଲା ବେଳେ ଫୁଲ, ଚନ୍ଦନ ଦେଇ ବନ୍ଦପନା କରି ରାଖି ବାନ୍ଧିବାର ପରମ୍ପରା ଆମ ହିନ୍ଦୁ ସମାଜରେ ପାଳନ ହୋଇଥାଏ। ଅନ୍ୟପକ୍ଷରେ ଏହି ପର୍ବର ଆଉ ଏକ ପରମ୍ପରା ଆମ ଭରତୀୟମାନେ ପାଳନ କରନ୍ତି। ଭାଇକୁ ରାଖୀ ବାନ୍ଧିଲେ ଭାଇ ଭଉଣୀକୁ ଉପହାର ସ୍ଵରୂପ କିଛି ଦେଇଥାଏ। ସେ ଟଙ୍କା ହେଉ କିମ୍ଵା ଅନ୍ୟ କିଛି ଉପହାର।

ରାଖୀ ପୂର୍ଣ୍ଣିମା ଯୋଗୁଁ ମଧ୍ୟ ୩/୪ ଦିନ ପୂର୍ବରୁ ବଜାରମାନଙ୍କରେ ରାଖୀର ଦୋକାନ ଖୋଲିଯାଇଥାଏ। ବିଭିନ୍ନ ଭେରାଇଟିର ରାଖୀ ପ୍ରତି ବର୍ଷ ବଜାରକୁ ଆସିଥାଏ। ଏଥର ବଜାରରେ ହ୍ଵାଟସାପ୍‌ ରାଖୀର ବେଶ ଚାହିଦା ଦେଖିବାକୁ ମିଳିଥିଲା। ହେଲେ ବ୍ରେସଲେଟ ରାଖୀର ଚାହିଦା ଏଥର ମଧ୍ୟ କମି ନାହିଁ।

ବର୍ତ୍ତମାନ ରଖୀ ପୂର୍ଣ୍ଣିମାର ଏହି ପର୍ବ ନିଜ ଙ୍କ ମଧ୍ୟରେ ଆଉ ସୀମିତ ହୋଇ ନାହିଁ। ସ୍କୁଲ, କଲେଜରେ ପାଠ ପଢ଼ୁଥିବା ସହପାଠୀଙ୍କ ମଧ୍ୟରେ ଏହା ଏବେ ପାଳନ ହେଉଛି। ଯିଏ ଯାହାକୁ ଭାଇ ବା ଭଉଣୀ ଭାବିଲା ସେ ତାକୁ ରାଖୀ ବାନ୍ଧି ଏହି ପର୍ବ ପାଳନ କଲେ। ତେବେ ଏହା ଦ୍ଵାରା ସମାଜରେ ଭାଇ-ଭଉଣୀର ପବିତ୍ର ସଂପର୍କ ସୁଦୃଢ଼ ହେବାରେ ଲାଗିଛି।

Comment