ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ଯଦି ଆପଣ ବିମାନ ଯୋଗେ କଶ୍ମୀରକୁ ଯାଉଥାନ୍ତି କିମ୍ବା କଶ୍ମୀରରୁ ଫେରୁଥାନ୍ତି ତେବେ ଜାଣିରଖନ୍ତୁ, ଆସନ୍ତା ୨୩ ତାରିଖ ଯାଏଁ କଶ୍ମୀରକୁ ସମସ୍ତ ବିମାନ ବାତିଲ କରାଯାଇଛି। ସେହିପରି ବୁକିଂ ହୋଇଥିବା ସମସ୍ତ ଟିକେଟ୍‌କୁ ରଦ୍ଦ କରାଯାଇଛି। ଏନେଇ ଦେଶର ତିନୋଟି ପ୍ରମୁଖ ଏୟାରଲାଇନ୍ସ ଇଣ୍ଡିଗୋ, ଭିସ୍ତାରା, ସ୍ପାଇସ୍‌ଜେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୁକ୍‌ ହୋଇଥିବା ଟିକେଟ୍‌କୁ ଏୟାରଲାଇନ୍ସ ପକ୍ଷରୁ କ୍ୟାନସଲ କରାଯାଇଛି। ତେବେ ଟିକେଟ୍‌ ବାବଦକୁ ସମସ୍ତ ଟଙ୍କା ଯାତ୍ରୀମାନଙ୍କୁ ଫେରାଇଦିଆଯିବ ବୋଲି ଏୟାରଲାଇନ୍ସ କହିଛି। ଏଥିସହିତ ରିକେଟ୍‌ ରଦ୍ଦ କିମ୍ବା ପୁଣିଥରେ ବୁକିଂ କରିବାରେ କୌଣସି ଚାର୍ଜ ପଡ଼ିବ ନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଯାତ୍ରୀମାନେ ଅଗଷ୍ଟ ୨୩ ପର ପାଇଁ ପୁଣିଥରେ ଟିକେଟ୍‌ ବୁକିଂ କରିପାରିବେ।

ସେହିପରି ଯାତ୍ରୀଙ୍କ ସୁବିଧା ପାଇଁ ସ୍ପାଇସଜେଟ ଏୟାରଲାଇନ୍ସ ପକ୍ଷରୁ ହେଲ୍ପଲାଇନ ନମ୍ୱର ୯୮୭୧୮୦୩୩୩୩ ଏବଂ ୯୬୫୪୦୦୩୩୩୩ ଜାରି କରାଯାଇଛି।

ବର୍ତ୍ତମାନ ଶ୍ରୀନଗରର ପରିସ୍ଥିତି ଏତେଟା ଭଲ ନଥିବାରୁ ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ସେଠାରେ ମାହୋଲ ଗରମ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି। ଏଭଳି ସ୍ଥିତିରେ ଦେଶର ପ୍ରମୁଖ ଏୟାରଲାଇନ୍ସ ଅଗଷ୍ଟ ୨୩ ଯାଏଁ ସମସ୍ତ ବିମାନ ବାତିଲ କରିଦେଇଛନ୍ତି।

Comment