ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଡ୍ରିମଗାର୍ଲ୍ ହେମାମାଳିନୀଙ୍କର ଜଣେ ବଡ଼ ଫ୍ୟାନ୍‌ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ସେ ୧୯୭୨ ମସିହାରେ ରିଲିଜ୍‍ ହୋ‍ଇଥିବା ହେମାଙ୍କ ‘ସୀତା ଔର ଗୀତା’ସିନେମାକୁ ୨୫ ଥର ଦେଖିଥିଲେ

ବାଜପେୟୀ କେବଳ ରାଜନୀତି ସହିତ ଜଡ଼ିତ ନଥିଲେ, ତାଙ୍କର ସାହିତ୍ୟ, କବିତା ତଥା ଚଳଚ୍ଚିତ୍ର ଜଗତ ସହ ମଧ୍ୟ ଗୁଢ଼ ସମ୍ପର୍କ ରହିଥିଲା।  ସେ ବଲିଉଡର ଡ୍ରିମଗାର୍ଲ୍‍ ତଥା ମଥୁରାର ବିଜେପି ସାଂସଦ ହେମାମାଳିନୀଙ୍କର ଜଣେ ବଡ଼ ଫ୍ୟାନ୍‌ ଥିଲେ।

ବାଜପେୟୀଙ୍କୁ ୧୯୭୨ ମସିହାରେ ରିଲିଜ୍‍ ହୋ‍ଇଥିବା ‘ସୀତା ଓ ଗୀତା’ ଚଳଚ୍ଚିତ୍ର ବହୁତ ପସନ୍ଦ ଆସିଥିଲା। ସେ ସେହି ସିନେମାକୁ ୨୫ ଥର ଦେଖିଥିଲେ। ଏହି କଥା ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ ନିଜେ ହେମାମାଳିନୀ। ଏହି ସିନେମାର ନିର୍ଦ୍ଦେଶନା ରମେଶ ସିପ୍ପୀ ଦେଇଥିଲେ।

ହେମା ଏହି ଛବିରେ ଡବଲ ରୋଲ କରୁଥିବାର ନଜର ଆସିଥିଲେ। ଧର୍ମେନ୍ଦ୍ର, ସଞ୍ଜୀବ କୁମାରଙ୍କ ଭଳି ଅଭିନେତାଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପାଇଁ ହେମାଙ୍କୁ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା।

“ବିଜେପିର ଜଣେ ଦକ୍ଷ ରାଜନେତା ଭାବେ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ମୁଁ ଅନେକ କଥା ଶୁଣିଥିଲି। ଆମର ପ୍ରଥମ ସାକ୍ଷାତକାରରେ ବାଜପେୟୀ ମୋ ସହ ଠିକ୍‍ ଭାବେ କଥା ହେଉନଥିବାର ମୁଁ ଲକ୍ଷ୍ୟ କରିଥିଲି। ସେଠାରେ ଉପସ୍ଥିତ ଥିବା ଜଣେ ମହିଳାଙ୍କୁ ମୁଁ ଏହାର କାରଣ ମଧ୍ୟ ପଚାରିଥିଲି। ସେ କହିଥିଲେ ଯେ ବାଜପେୟୀ ମୋର ଜଣେ ବଡ଼ ପ୍ରଶଂସକ। ସେ ୧୯୭୨ରେ ରିଲିଜ ହୋ‍ଇଥିବା ’ସୀତା ଔର ଗୀତା’ ସିନେମାକୁ ୨୫ ଥର ଦେଖିଥିଲେ। ମୋତେ ହଠାତ ସାମନାରେ ପାଇ ବାଜପେୟୀ ଭାବବିହ୍ୱଳ ହୋ‍ଇଯାଇଥିବାରୁ ଠିକ୍‍ ଭାବେ କଥା ହୋ‍ଇପାରିନଥିଲେ”, କହିଥିଲେ ଡ୍ରିମଗାର୍ଲ ହେମାମାଳିନୀ।

Comment