ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ‘ମୋ ସରକାର’। ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ ସିଧା ସଳଖ ଲୋକଙ୍କ ସହ କଥା ହେବେ। ଏଥିସହିତ ପ୍ରଶାସନର କାର୍ଯ୍ୟକାରିତା ସଂପର୍କରେ ବି ଲୋକଙ୍କଠୁ ପଚାରି ବୁଝିବେ।

ଆସନ୍ତା ଗାନ୍ଧୀ ଜୟନ୍ତୀରୁ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା। ଗୁରୁବାର ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନିଜ ବକ୍ତବ୍ୟରେ ‘ମୋ ସରକାର’ ସମ୍ବନ୍ଧରେ ସୂଚନା ଦେଇଥିଲେ ନବୀନ ।

“ଲୋକଙ୍କ ସେବା ପାଇଁ ଏ ସରକାର।ସେହିମାନଙ୍କ  ପାଇଁ ଏ ସରକାର ଚାଲିଛି । ଗଣତନ୍ତ୍ରରେ ସାଧାରଣ ଜନତା ହିଁ ଶ୍ରେଷ୍ଠ। ତେଣୁ ଆମ ପାଇଁ ଆପଣଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ  ଫାଇଭ୍-ଟି କୁ ଭିତ୍ତିକରି ଆମେ ଆରମ୍ଭ କରୁଛୁ ମୋ ସରକାର କାର୍ଯ୍ୟକ୍ରମ ”, କହିଛନ୍ତି ନବୀନ।

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ମନ୍ତ୍ରୀ ଓ ବରିଷ୍ଠ ସରକାରୀ କର୍ମଚାରୀମାନେ ମଧ୍ୟ ଲୋକଙ୍କୁ ଫୋନ୍ କରି ତାଙ୍କର ମତାମତ ନେବେ। ପ୍ରଥମ ପର୍ଯ୍ୟାୟରେ ସବୁଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏବଂ ୨୦୨୦ମାର୍ଚ୍ଚ ମାସ ୫ ତାରିଖ ସୁଦ୍ଧା ଏହି କାର୍ଯ୍ୟକ୍ରମ ସମସ୍ତ ବିଭାଗରେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।

Comment