ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଗରୁତର ହୋଇଯାଇଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମସ୍ ହସପିଟାଲ୍ ଯାଇ ଜେଟଲୀଙ୍କୁ ଦେଖାକରିଛନ୍ତି। ସେହିପରି ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜେଟଲୀଙ୍କୁ ଦେଖାକରିବାର କାର୍ଯ୍ୟକ୍ରମ ରହିଛି।

ଗତ ଅଗଷ୍ଟ ୯ରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଜେଟଲୀ ଦିଲ୍ଲୀ ଏମସ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ସହ ସେ ଏବେ ଆଇସିୟୁରେ ଅଛନ୍ତି।

ଜେଟ୍‌ଲୀଙ୍କ ଫୁସଫୁସରେ ପାଣି ଜମି ରହିଛି ଯେଉଁ କାରଣରୁ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି। ଗତ ଶୁକ୍ରବାର ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏମସ୍ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କର ରକ୍ତଚାପ  ଓ ପଲ୍ସ ରେଟ୍ ସଠିକ୍ ଭାବେ କାମ କରୁନାହିଁ। କିନ୍ତୁ ଶୁକ୍ରବାର ପରଠାରୁ ଏମ୍ସ ପକ୍ଷରୁ ଅନ୍ୟ କୌଣସି ସୂଚନା ଦିଆଯାଇନାହିଁ।

ପୂର୍ବରୁ ଅରୁଣ ଜେଟଲୀ ଡ଼ାଇବେଟିସରେ ପୀଡ଼ିତ ଥିଲେ। ତାଙ୍କର କିଡ୍‌ନୀ ମଧ୍ୟ ପ୍ରତିରୋପଣ କରାଯାଇଥିଲା। ଏଥିସହ ଜେଟଲୀ ମୋଟାପଣରୁ ନିଜକୁ ରକ୍ଷା କରିବା ପାଇଁ ବୈରିଏଟ୍ରିକ୍ ସର୍ଜରୀ କରାଇଥିଲେ।

Comment