ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ନୂଆଦିଲ୍ଳୀସ୍ଥିତ ବାଜପେୟୀଙ୍କ ସମାଧିସ୍ଥଳରେ ଆୟୋଜନ ହୋଇଥିଲା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମତେ ବହୁ ରାଜନୈତିକ ଦଳ ବାଜପେୟୀଙ୍କ ସମାଧିସ୍ଥଳ ସଦୈବ ଅଟଳ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏହି ଅବସରରେ ବାଜପେୟୀଙ୍କ ପରିବାରବର୍ଗ ସଦୈବ ଅଟଳ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୨୦୧୮ ମସିଆ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କ ପରଲୋକ ଘଟିଥିଲା।

ତିନିଥର ଦେଶର ପ୍ରଧାନମନ୍ତ୍ରୀ ରହିଥିବା ବାଜପେୟୀ ଜଣେ ସଫଳ ନେତା ସହିତ ଜଣେ ଉତ୍ତମ କବି। ସେ ଭାଷଣ ଦେବା ସମୟରେ ଅଧିକାଂଶ ସମୟରେ ତାଙ୍କ କବିତାକୁ ସ୍ଥାନ ଦେଇଥାନ୍ତି। ଭାରତ ରାଜନୀତିରେ ତାଙ୍କର ଅବଦାନ ଅତୁଳନୀୟ ରହିଛି।

Comment