ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। କିନ୍ତୁ ପ୍ରେମରେ ଅସଫଳ ହୋଇଥିଲେ ବାଜପେୟୀ!

ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପଚରା ଯାଇଥିଲା ଆପଣ ଅବିବାହିତ କାହିଁକି ଅଛନ୍ତି? ଏହାର ଉତ୍ତରରେ ବାଜପେୟୀ ନିଜ ମଜାକିଆ ଅନ୍ଦାଜରେ କହିଥିଲେ ‘ମୁଁ ଅବିବାହିତ ସତ କିନ୍ତୁ କୁଆଁରା ନୁହେଁ’।

ବାଜପେୟୀଙ୍କ ମୁହଁରୁ ଏଭଳି କଥା ଶୁଣି ଗଣମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ବିଭିନ୍ନ ଗୁଜବ ଉଠିଥିଲା। ଅଟଳ ବିହାରୀ ବାଜପେୟୀ କୁଆଡ଼େ ଜଣେ ରାଜକୁମାରୀଙ୍କ ପ୍ରେମରେ ପଡ଼ିଥିଲେ କିନ୍ତୁ ଏହି ପ୍ରେମ କାହାଣୀ ଉପରେ କେବେ ବି ହେଲେ ବେଶୀ ଚର୍ଚ୍ଚା ହୋଇ ନାହିଁ।

କିଏ ସେହି ରାଜକୁମାରୀ?

ଗ୍ଵାଲିୟରର ନାମି ଭିକ୍ଟୋରିଆ କଲେଜରେ (ବର୍ତ୍ତମାନ ଲକ୍ଷ୍ମୀବାଇ କଲେଜ) ଅଟଳ ବିହାରୀ ବାଜପେୟୀ ପାଠ ପଢ଼ୁଥିଲାବେଳେ ସେହିଠାରେ ହିଁ ଜଣେ ଯୁବତୀଙ୍କ ସହିତ ତାଙ୍କର ସାକ୍ଷାତ ହେଇଥିଲା। ସେହି ଯୁବତୀ ଜଣଙ୍କ ହେଉଛନ୍ତି ରାଜକୁମାରୀ କୌଲ୍‌। ୧୯୪୦ ଏହି ଦୁହିଁଙ୍କର ବନ୍ଧୁତା ଖୁବ ନିବିଡ଼ ଥିଲା। ସେ ସମୟରେ ବାଜପେୟୀ ପାଠ ପଢ଼ିବା ସହ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ପ୍ରଚାରକ ଦାୟିତ୍ଵ ମଧ୍ୟ ତୁଲାଉଥିଲେ।

ରାଜକୁମାରୀ କୌଲ୍‌ଙ୍କୁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ କରିଦେଇଥିଲେ। ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ଅଟଳ ବିହାରୀ ବାଜପେୟୀ। ସେହିଦିନଠାରୁ ଶପଥ ନେଇଥିଲେ କି ଆଉ ବିବାହ କରିବେ ନାହିଁ। ଏହାପରେ ରାଜକୁମାରୀ କୌଲ୍‌ ଦିଲ୍ଲୀ ୟୁନିଭରସିଟି ରାମଯଶ କଲେଜରେ ଚାକିରି କରିଥିଲେ। କୌଲ୍‌ଙ୍କ ପତି ମଧ୍ୟ ସେହି କଲେଜରେ ଦର୍ଶନ ବିଭାଗର ଏଚଓଡି ଥିଲେ। ବାଜପେୟୀ କୋଲଙ୍କ ପରିବାର ସହ ବନ୍ଧୁତା ବଜାୟ ରହିଥିଲା।

କିନ୍ତୁ ତାଙ୍କର ଏହି ପ୍ରେମ କେବେହେଲେ ସେ ପରିପ୍ରକାଶ କରିନାହାନ୍ତି। କିନ୍ତୁ କୌଲ୍‌ଙ୍କ ବିବାହ ପରେ ମଧ୍ୟ ତାଙ୍କ ଘରକୁ ବରାବର ଯାଉଥିଲେ ବାଜପେୟୀ। ୨୦୧୪ ମେ ୨ରେ ରାଜକୁମାରୀ କୌଲ୍‌ଙ୍କ ମୃତ୍ୟୁ ହୋଇଥିଲା।

ମିଡିଆ ଖବର ଅନୁଯାୟୀ ରାଜକୁମାରୀଙ୍କର ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ନମିତା କୌଲ୍‌ଙ୍କୁ ଝିଅ ପରି ପାଳିଥିଲେ ବାଜପେୟୀ। କୌଲ୍‌ଙ୍କ ଘରର ସବୁ ଦାୟିତ୍ୱ ମଧ୍ୟ ହାତକୁ ନେଇଥିଲେ। ରାଜକୁମାରୀଙ୍କ ମୃତ୍ୟୁ ପରେ ବାଜପେୟୀଙ୍କ ସହ ବିଭିନ୍ନ ରାଜନୈତିକ ନେତା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ସୁଷମା ସ୍ଵରାଜ, ଅରୁଣ ଜେଟଲି, ରବିଶଙ୍କର ପ୍ରସାଦଙ୍କ ଭଳି ବରିଷ୍ଠ ବିଜେପି ନେତା କୋଲଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

Comment