ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖିଲାଡି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଳ’ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ ଆରମ୍ଭ କରିଛି। ଫିଲ୍ମକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଏହାକୁ ଫ୍ୟାମିଲି ପ୍ୟାକେଜ୍‌ ବୋଲି ମଧ୍ୟ କୁହାଯାଉଛି। ଗୁରୁବାର ରିଲିଜ ହୋଇଥିବା ‘ମିଶନ ମଙ୍ଗଳ’ ଦୁଇ ଦିନରେ ୪୬.୪୪ କୋଟି ଟଙ୍କାର ବ୍ୟବସାୟ କରିଛି। ଏନେଇ ଫିଲ୍ମୟ କ୍ରିଟିକ୍ସ ତରଣ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଗୁରୁବାର ସ୍ୱାଧୀନତା ଦିବସ ଅବସରରେ ‘ମିଶନ ମଙ୍ଗଳ’ ଫିଲ୍ମ ରିଲିଜ ହୋଇଥିଲା। ରିଲିଜ ହେବାର ପ୍ରଥମ ଦିନରେ ୨୯.୧୬ କୋଟି ଟଙ୍କାର ଏକ ବଡ଼ ବ୍ୟବସାୟ କରିଥିଲା। ଶୁକ୍ରବାର ଏହି ଫିଲ୍ମ ୧୭.୨୮ କୋଟି ଟଙ୍କା ଆୟ କରିଛି। ତେବେ ଶନିବାର ପିଲ୍ମ ୫୦ କୋଟି କ୍ଲବରେ ପହଞ୍ଚିବ ବୋଲି ଏକ ପ୍ରକାର ସ୍ଥିର ହୋଇଛି।

ଆସନ୍ତକାଲି ରବିବାର ଛୁଟିଦିନ ଥିବାରୁ ଫିଲ୍ମ ‘ମିଶନ ମଙ୍ଗଳ’ ଆହୁରି ଭଲ ବ୍ୟବସାୟ କରାଯିବ ବୋଲି ଆଶା କରାଯାଉଛି। ତେବେ ଚଳିତ ସପ୍ତାହରେ ଫିଲ୍ମ ୮୫ କୋଟି ଟଙ୍କାର ବ୍ୟବସାୟ କରିବାର ଟାର୍ଗେଟ୍‌ ରଖିଛି।

‘ମିଶନ ମଙ୍ଗଳ’ରେ ଅକ୍ଷୟ କୁମାର ରାକେଶ ଧଓ୍ୱନଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ତାରା ସିନ୍ଧେ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ। ଏହା ବ୍ୟତୀତ ଫିଲ୍ମରେ ତାପ୍‌ସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ଶରମନ୍ ଜୋଶୀ, କିର୍ତ୍ତୀ କୁହ୍ଲାରୀ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ଜଗନ ଶକ୍ତି ‘ମିଶନ ମଙ୍ଗଳ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Comment