ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦି ସରକାରଙ୍କ ଦ୍ୱାରା ଜମ୍ମୁ କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଭାରତକୁ ଅସୁବିଧାରେ ପକାଇବା ପାଇଁ କିଛି ନା କିଛି ପଦକ୍ଷେପ ନେଇ ଚାଲିଛି।

ସବୁଠୁ ନିରାଶ ହେବା ପରେ ପାକିସ୍ତାନ ଆଜି ଏଲଓସିରେ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଛି।

ପାକିସ୍ତାନ ପକ୍ଷରୁ ଘନ ଘନ ଗୁଳିମାଡ଼ରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଏହି ଯବାନ ହେଲେ ଲାନ୍ସ ନାଏକ ସନ୍ଦୀପ ଥାପା। ରାଜୌରୀ ନୌସେରା ସେକ୍ଟରରେ ଏହି ଗୁଳିମାଡ଼ ହୋଇଛି। ସକାଳ ୬ଟାରୁ ପାକିସ୍ତାନ ଗୁଳିମାଡ଼ ଆରମ୍ଭ କରିଥିଲା।

ଗତକିଛି ଦିନରେ ଅନେକ ଥର ପାକିସ୍ତାନ ସେନା ଅସ୍ତ୍ର ବିରତୀ ଉଲ୍ଲଙ୍ଘନ କରିଛନ୍ତି। ଅଗଷ୍ଟ ୧୫ରେ ପୁଞ୍ଛର କେଜି ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିଲେ।

Comment