ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରପାରିରେ ଦୂରଦର୍ଶନ ଚ୍ୟାନେଲର ଲୋକପ୍ରିୟ ଆଙ୍କର ନୀଲମ ଶର୍ମା। କ୍ୟାନସରରେ ପୀଡ଼ିତ ଥିବା ନୀଲମ ଶନିବାର ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନୀଲମଙ୍କ ଦେହାନ୍ତରେ ଦୂରଦର୍ଶନ ପକ୍ଷରୁ ଶୋକପ୍ରକାଶ କରାଯାଇ ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି।

ନୀଲମ ହେଉଛନ୍ତି ଦୂରଦର୍ଶନ ଚ୍ୟାନେଲର ଜଣେ ଫାଉଣ୍ଡିଂ ଆଙ୍କର। ୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଦୂରଦର୍ଶନର ଜଣେ ଲୋକପ୍ରିୟ ଚେହେରା ଭାବେ ନୀଲମ ଘରେ ଘରେ ପରିଚିତ ଥିଲେ। ‘ତେଜସ୍ୱିନୀ’ ଏବଂ ‘ବଡ଼ି ଚର୍ଚ୍ଚା’ କାର୍ଯ୍ୟକ୍ରମର ଆଙ୍କର ଭାବେ ସେ ବେଶ୍‌ ଜଣାଶୁଣା।

୨୦୧୮ ମସିହାରେ ନୀଲମଙ୍କୁ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

ନୀଲମଙ୍କ ପରଲୋକରେ ମିଡିଆ ଜଗତର ବହୁ ବରିଷ୍ଠ ସାମ୍ବାଦିକ ଦୁଃଖପ୍ରକାଶ କରିଛନ୍ତି।

Comment