ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ଭୂଟାନଗସ୍ତ କରିଛନ୍ତି। ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦି ଭୂଟାନ ଯାତ୍ରା କରିଛନ୍ତି। ମୋଦିଙ୍କର ଏହି ଭୂଟାନ ଯାତ୍ରାର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା।

ଏହି ଗସ୍ତରେ ମୋଦି ଭୂଟାନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ। ଉଭୟ ଦେଶର ପ୍ରଧାମନ୍ତ୍ରୀଙ୍କ ମଧ୍ୟରେ ଜଳ, ବିଦ୍ୟୁତ ଆଦି ବିଷୟରେ ଆଲୋଚନା ହୋଇପାରେ। ଏହା ସହ ମୋଦି ରୟାଲ ୟୁନିଭର୍ସିଟି ଅଫ୍ ଭୂଟାନକୁ ମଧ୍ୟ ସମ୍ବୋଧନ କରିବେ।

ଭୂଟାନ ସବୁବେଳେ ଭାରତର ସହଯୋଗୀ ରାଷ୍ଟ୍ର ଭାବେ ଛିଡ଼ା ହୋଇଛି।  ମୋଦିଙ୍କର ଏହି ଭୂଟାନ ଯାତ୍ରାର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା। ମୋଦୀଙ୍କ ଗସ୍ତ ପୂର୍ବରୁ ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ନିଜର ମନ୍ତ୍ରାଳୟ ଦାୟିତ୍ୱ ନେବା ପରେ ୨ ଦିନିଆ ଭୂଟାନ ଗସ୍ତ କରିଥିଲେ।

ଜୟଶଙ୍କର ଭୂଟାନ ପ୍ରଧାନମନ୍ତ୍ରୀ ଲୋତାୟ ସ୍ତେରିଙ୍ଗଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ସେ ଜଳ, ବିଦ୍ୟୁତ କ୍ଷେତ୍ରରେ କାମ କରିବା ନେଇ ଦ୍ୱିପାକ୍ଷୀକ ଆଲୋଚନା କରିଥିଲେ।

Comment