ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସେପ୍ଟେମ୍ବର ୧୩ରେ ରିଲିଜ୍‌ ହେବ ଫିଲ୍ମ ‘ସେକ୍ସନ ୩୭୫’। ଭାରତୀୟ ଦଣ୍ଡ ସଂହିତା ସେକ୍ସନ୍ ୩୭୫କୁ ନେଇ ଫିଲ୍ମ ନିର୍ମିତ ହୋଇଛି। ଏଥିରେ ଅଭିନେତା ଅକ୍ଷୟ ଖାନ୍ନା ଓ ୠଚା ଚଢ଼ା ମୁଖ୍ୟ ଚରିତ୍ରରେ ନଜର ଆସିବେ। ନିର୍ଦ୍ଦେଶକ ଅଜୟ ବାହାଲଙ୍କ ଏହି  ଫିଲ୍ମରେ ଅକ୍ଷୟ ଖାନ୍ନା ଜଣେ ଜଣେ ଓକିଲ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ତାଙ୍କ ପ୍ରତିପକ୍ଷ ଓକିଲ ଭାବେ ଅଭିନେତ୍ରୀ ୠଚା ଚଢ଼ା ଅଭିନୟ କରିଛନ୍ତି। ଏଥିରେ ଏକ ଦୁଷ୍କର୍ମ ମାମଲାରେ ଅକ୍ଷୟ ଓ ୠଚା କୋର୍ଟରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିବ।

ଫିଲ୍ମର କାହାଣୀଟି ଗୋଟିଏ ଦୁଷ୍କର୍ମ ଅଭିଯୋଗର ନ୍ୟାୟିକ ବିଚାରକୁ ନେଇ ନିର୍ମାଣ କରାଯାଇଛି। ଗୋଟିଏ ପଛୁଆ ଜାତିର ଝିଅ କିଭଳି ଗୋଟିଏ ଫିଲ୍ମ ନିର୍ଦ୍ଦେଶକ ଦ୍ୱାରା ଦୁଷ୍କର୍ମର ଶିକାର ହେବାପରେ ନ୍ୟାୟାଳୟର ଆଶ୍ରୟ ନେଉଛି  ଏବଂ ସେଠାରେ କିଭଳି  ଭାବରେ ଏହି ଅଭିଯୋଗର ବିଚାର କରାଯାଉଛି ତାକୁ ନେଇ କାହାଣୀଟି ଆଗକୁ ବଢୁଛି।

କୁମାର ମଙ୍ଗତ, ଅଭିଷେକ ପାଠକ ଓ ଏସ.ସି.ଆଇ.ପି.ଏଲଙ୍କ ଦ୍ୱାରା ନିର୍ମିତି ଏହି ଫିଲ୍ମ ଏକ ସତ୍ୟ ଘଟଣା ଉପରେ ନିର୍ମିତ ହୋଇଛି। ଫିଲ୍ମର ପୋଷ୍ଟର ଗତ ଅଗଷ୍ଟ ୭ ପ୍ରକାଶ ପାଇଥିଲା। ଏହାପରେ ଗତ ଅଗଷ୍ଟ ମାସ ୮ ତାରିଖରେ ଏହାର ଟ୍ରେଲର ମୁକ୍ତିଲାଭ କରିଥିଲା। ଶୁକ୍ରବାର ସୁଦ୍ଧା ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବ୍ ରେ ୬ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ୟୁଟ୍ୟୁବରେ ଏହାର ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

Comment