ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ଆଉ ପେଟ୍ରୋଲ ପମ୍ପରେ ଲମ୍ଵା ଲାଇନ କରିବାକୁ ପଡ଼ିବ ନାହିଁ। ଘରେ ବସି ସୁବିଧାରେ ପାଇପାରିବେ ପେଟ୍ରୋଲ। ପୂର୍ବରୁ ଡିଜେଲର ହୋମ ଡେଲିଭରି ସେବା ଭଳି ପେଟ୍ରୋଲ ହୋମ୍‌ ଡେଲିଭରି କରିବାକୁ ରାଷ୍ଟ୍ରାୟତ୍ତ ପେଟ୍ରୋଲ କମ୍ପାନିମାନେ ଯୋଜନା କରିଛନ୍ତି। ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଏହି ଯୋଜନାରେ ସାମିଲ ଅଛନ୍ତି।

କମ୍ପାନି ଗୁଡ଼ିକ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅତିକମ୍‌ରେ ଡୋରଷ୍ଟେପ ଫୁଏଲ ଡେଲିଭରି ଯାନ ଚଳାଚଳ ଆରମ୍ଭ କରିବେ। ଏହା ମାଧ୍ୟମରେ ଡିଜେଲ ପରି ପେଟ୍ରୋଲକୁ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚା ଯିବ।

ଏବେ ଡିଜେଲ ହୋମ ଡେଲିଭରି ଚାଲିଛି। ଏଥିପାଇଁ ମଞ୍ଜୁରୀ ମିଳିଛି। ପେଟ୍ରୋଲ ପାଇଁ ମଧ୍ୟ ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି। ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ ଏନେଇ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଏଚପିସିଏଲ୍‌ର ଅଧ୍ୟକ୍ଷ ଏମ୍‌କେ ସୁରାନା।

Comment