ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀର ପ୍ରସଙ୍ଗକୁ ନେଇ ବିଚଳିତ ପାକିସ୍ତାନ ବାରମ୍ଵାର ପ୍ରତିଶୋଧ ନେବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି, “ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରୁ। ନଚେତ ଆମେ ଏଭଳି ପଦକ୍ଷେପ ନେବୁ ଯେଉଁଥିପାଇଁ ପାକିସ୍ତାନ ପସ୍ତେଇବ।”

ହରୟାଣାର କାଲକାରେ ଏକ ଜନସଭାକୁ ସମ୍ଵୋଧିତ କରି ରାଜନାଥ ସିଂ ଏକଥା କହିଛନ୍ତି। ଏହାପରେ ଦୁଇ ପଦରେ କହିଥିଲେ ‘ଏଥର ଯାହା ସମାଧାନ ହେବ ପିଓକେ ଉପରେ ହେବ’।

ସେ ଆହୁରି ମଧ୍ୟ କହିଛନ୍ତି, “କିଛିଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହୁଥିଲେ ଭାରତ ବାଲାକୋଟ ଏୟାର ଷ୍ଟ୍ରାଇକଠାରୁ ବଡ଼ ଆଟାକ୍‌ କରିପାରେ, ହେଲେ ପୂର୍ବରୁ ପାକିସ୍ତାନ ବାଲାକୋଟ ଏୟାର ଷ୍ଟ୍ରାଇକକୁ ସ୍ଵୀକାର କରୁନଥିଲା। ତେବେ ଏଥର ଆଉ କାଶ୍ମୀର ସମସ୍ୟାର ସମାଧାନ ହେବନି, ଏଥର ପିଓକେର ସମାଧାନ ହେବ।”

କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଉପରେ ସେ କହିଥିଲେ, “ଧାରା ୩୭୦ ଉଚ୍ଛେଦ ରାଜ୍ୟର ବିକାଶ କରିବାକୁ କରାଯାଇଛି। ଦେଶ ସ୍ଵାଧିନ ହୋଇଥିଲା ମାତ୍ର ଦେଶରେ ଦୁଇଟି ସମ୍ଵିଧାନ ଚାଲୁଥିଲା। ହେଲେ ପ୍ରଧାନମନ୍ତ୍ରୀ ଧାରା ୩୭୦ ସହିତ ୩୫ଏକୁ ବି ଉଠେଇ ଦେଲେ। ଲୋକ କହୁଥିଲେ ୩୭୦ ଉଠିଲେ ଦେଶ ବିଭାଜିତ ହୋଇଯିବ। ହେଲେ ଆମ ସରକାର ଦେଶକୁ ଏକାଠି କରି ରକିଛନ୍ତି।”

Comment