ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆକାଶମାର୍ଗରୁ ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ହେଲିକପ୍ଟର ଯୋଗେ ପଶ୍ଚିମ ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଏହାର ସ୍ଥିତି ପରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହି ସମୟରେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଏବଂ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ତାଙ୍କ ସହ ଉପସ୍ଥିତ ଥିଲେ।

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ବୌଦ୍ଧର ବିଭିନ୍ନ ଅଞ୍ଚଳ ବନ୍ୟା ଜଳରେ ବୁଡ଼ି ରହିଛି। ଧର୍ମେନ୍ଦ୍ର ପ୍ରଧାନ ଏହି ସବୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବିପନ୍ନଙ୍କ ଖାଦ୍ୟ, ରହଣି ବ୍ୟବସ୍ଥା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଥିଲେ।

ଏନେଇ ଧର୍ମନ୍ଦ୍ରେ କହିଛନ୍ତି ଯେ,  ଜିଲ୍ଲା ପ୍ରଶାସନ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରୁଥିବା ବେଳେ ଖୁବ୍‌ଶୀଘ୍ର ଏହାର ତାଲିକା ରାଜ୍ୟ ସରକାରଙ୍କୁ ଦିଆଯିବ। ବନ୍ୟା ପ୍ରଭାବିତ ଅଞ୍ଚଳରେ ବାସହରା ଲୋକଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବା ସେ ନେଇ କେନ୍ଦ୍ର ସରକାରଙ୍କ ସହ ସେ ଆଲୋଚନା କରି ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ବନ୍ୟାରେ ଉଠା ଦୋକନୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଶୁ ଉଠା ଦୋକନୀଙ୍କୁ ମୁଦ୍ର ଯୋଜନାରେ ଯୋଡ଼ି ସୋମନଙ୍କ ରୋଜଗାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Comment