ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ଭିଭୋ’ ଖୁବ୍‌ଶୀଘ୍ର ଲଞ୍ଚ କରିବାକୁ ଯାଉଛି ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ। ନିକଟରେ ରିଲୟମି କମ୍ପାନି ବଜାରରେ ଶସ୍ତା ୫ଜି ସ୍ମାର୍ଟଫୋନ ଆଣିବ ବୋଲି ଶୁଣିବାକୁ ମିଳିଥିଲା। ହେଲେ ତା’ପୂର୍ବରୁ ‘ଭିଭୋ’ ଏହି କାମରେ ଟିକେ ଆଗକୁ ମାଡ଼ିଯାଇଛି। ଆସନ୍ତା ଅଗଷ୍ଟ ୨୨ରେ ଭିଭୋ ଲଞ୍ଚ କରିପାରେ ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ ‘Vivo  iQOO Pro’।

iQOO VP Feng Yufei ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଅଗଷ୍ଟ ୨୨ରେ ଚୀନ୍‌ରେ ଏହି ୫ଜି ସ୍ମାଟଫୋନ ‘Vivo  iQOO Pro’ ଲଞ୍ଚ ହେବ। ତେବେ ଏହାର ଦାମ୍‌ ନେଇ କୌଣସି ସୂଚନା ମିଳିପାରିନାହିଁ।

ବିଶ୍ୱ ବଜାରରେ ବର୍ତ୍ତମାନ ୫ଜି ସ୍ମାର୍ଟଫୋନ୍‌ ଆସିବାରେ ଲାଗିଲାଣି। ହେଲେ ଏହା ମେନ୍‌ଷ୍ଟ୍ରିମ୍‌କୁ ଆସବା ପାଇଁ ବର୍ତ୍ତମାନ ସମୟ ଲାଗିବ। ତେବେ ସାମସଙ୍ଗ, ହୁଆୱି, ୱାନ୍‌ପ୍ଲସ ଭଳି ସ୍ମାଟଫୋନ ନିର୍ମାତା କମ୍ପାନି କେତେକ ବଜାରରେ ନିଜ ୫ଜି ଭର୍ସନର ସ୍ମାର୍ଟଫୋନ୍‌ ରିଲିଜ କରିଛନ୍ତି। ଯେହେତୁ ଏହା ପ୍ରିମିୟମ କାଟାଗୋରୀରେ ଲଞ୍ଚ ହୋଇଛି, ଏହାର ଦାମ୍‌ ମଧ୍ୟ ବେଶ୍‌ ମହଙ୍ଗା ରହିଛି। ତେବେ ଭିଭୋର ଏହି ଶସ୍ତା ୫ଜି ଫୋନ୍‌କୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଭାରତରେ ବର୍ତ୍ତମାନ ୫ଜି ସୁବିଧା ଆରମ୍ଭ ହୋଇନାହିଁ। ୨୦୨୦ ମସିହାରେ ଭାରତରେ ୫ଜି ଲଞ୍ଚ ହେବା ନେଇ ଶୁଣିବାକୁ ମିଳୁଛି। ତେବେ ଏହା ପୂର୍ବରୁ ରିୟଲମି ସ୍ମାର୍ଟଫୋନ କମ୍ପାନି ଭାରତରେ ୫ଜି ଫୋନ୍‌ ଲଞ୍ଚ କରିବ ବୋଲି କମ୍ପାନିର ଇଣ୍ଡିଆ ହେଡ୍‌ ମାଧବ ସେଠ୍‌ କହିଛନ୍ତି।

Comment