ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର): ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିବା ୩୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣା ପଡ଼ିଛି। ଦୁଇ ଜଣ ଦଲାଲ ଏମାନଙ୍କୁ ତାମିଲନାଡୁ ନେଇଯାଉଥିବା ପୋଲିସ କହିଛି। ଉଦ୍ଧାର ହୋଇଥିବା ଶ୍ରମିକମାନେ ଛତିଶଗଡ଼ କଣ୍ଡାଗାଁ ଅଞ୍ଚଳର ଜଣାପଡ଼ିଛି।

ରବିବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ନବରଙ୍ଗପୁରର ମାଝୀଗୁଡା ଛକଠାରେ ଉମରକୋଟରୁ ବିଶାଖାପାଟଣା ଯାଉଥିବା ଏକ ଘରୋଇ  ବସ କୁ ଅଟକାଇଥିଲା। ଏହି ସମୟରେ ବସ ମଧ୍ୟରୁ ୩୨ଜଣ  ଦାଦନ ଶ୍ରମିକ ଙ୍କୁ ଉଦ୍ଧାର ହୋଇଥିଲେ। ଦାଦନ ଚାଲଣ ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ ଅଯକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।

Comment