ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଜିୟା ଖାନ୍‌ଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ। ତାଙ୍କ ମୃତ୍ୟୁକୁ ନେଇ ହେବାକୁ ଯାଉଛି ଡକ୍ୟୁମେଣ୍ଟାରି ଫିଲ୍ମ।

ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ୍‌ଙ୍କ ମୃତ୍ୟୁକୁ ୬ ବର୍ଷ ବିତି ଗଲାଣି। ଜିୟା ଜୁନ୍‌ ୩, ୨୦୧୩ରେ ଫାନ୍‌ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ମୃତ୍ୟୁ ପରେ ଚର୍ଚ୍ଚା ହେଉଥିଲା ଯେ, ଜିୟା ତାଙ୍କର ପ୍ରେମିକ ତଥା ଅଭିନେତା ସୁରଜ୍‌ ପାଞ୍ଚୋଲିଙ୍କ ସହ ଝଗଡ଼ା କରି ଏଭଳି ପଦକ୍ଷେପ ନେଇଥିଲେ।

ଲୋକପ୍ରିୟ ବ୍ରିଟିସ୍‌ ଟେଲିଭିଜନ୍‌ ଜିୟାଙ୍କ ମୃତ୍ୟୁ ପରେ ବ୍ରୋଡ୍‌କାଷ୍ଟିଂ ଜିୟାଙ୍କ ମୃତ୍ୟୁ ଉପରେ ଡକ୍ୟୁମେଣ୍ଟ୍ରୀ ଫିଲ୍ମ କରିବାକୁ ଯୋଜନା ରଖିଛନ୍ତି।

ପିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ମୁମ୍ବାଇରୁ ଆରମ୍ଭ ହୋଇଛି।

 

ଜିୟା ଖାନ୍‌ ଆମେରିକାରେ ଜନ୍ମ ଗ୍ରହଣ କରିଥିଲେ। ନିଜ ପାଠପଢ଼ା ଲଣ୍ଡନରେ କରିଥିଲେ।

ନିଶବ୍ଦ ଫିଲ୍ମରୁ ଜିୟା ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରେ ତାଙ୍କୁ ଅମିତାଭ ବଚ୍ଚନଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା।

ଏହାପରେ ଜିୟା ଅମିର ଖାନ୍‌ଙ୍କ ସହ ଫିଲ୍ମ ଗଜନୀ ଓ ଅକ୍ଷୟ କୁମାରଙ୍କ ସହ ହାଉସ୍‌ଫୁଲ ଭଳି ଦୁଇ ଦୁଇ ହିଟ୍‌ ଫିଲ୍ମାରେ ନଜର ଆସିଛନ୍ତି। କିନ୍ତୁ ୨୫ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଥିଲେ।

ଜିୟାଙ୍କ ମୃତ୍ୟୁ ପରେ ଜୁନ୍‌ ୧୦, ୨୦୧୩ରେ ସୁରଜଙ୍କୁ ଆରେଷ୍ଟ କରାଯାଇଥିଲା। ସେହି ବର୍ଷ ୨ ଜୁଲାଇରେ ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ। ପରେ ଜିୟାଙ୍କ ମା’ ହାଇକୋର୍ଟରେ ମାମଲା ଦାୟର କରି ସିବିଆଇ ଯାଞ୍ଚ ପାଇଁ ଦାବି କରିଥିଲେ। ସିବିୟାଇ ଏଜେନ୍ସି ସୁରଜ ପାଞ୍ଚୋଲିଙ୍କ ଉପରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ଲଗାଇଥିଲା।

Comment