ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ ଦିନ ହେବ ଏମ୍ସ ଭର୍ତ୍ତି ହୋଇଥିଲେ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ସୁଧାର ଆସିନାହିଁ। ତାଙ୍କ ସ୍ୱାସ୍ଥ୍ୟ ଆହୁରି ଗମ୍ଭୀର ହେଉଛି। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।

୬୬ବର୍ଷୀୟ ଅରୁଣ ଜେଟଲୀ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ପାଇଁ ଏକ ବିଶେଷ ଡାକ୍ତରୀ ଟିମ୍ ଗଠନ କରାଯାଇଛି।

ତାଙ୍କୁ ଦେଖିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୌଡ, ବିଜେପି ସାଂସଦ ସ୍ୱପ୍ରଦାସ ଗୁପ୍ତା, ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ବ୍ୟତୀତ ବହୁ ବରିଷ୍ଠ ନେତାଙ୍କର ଏମ୍ସ ଯିବା ଆସିବା ଲାଗି ରହିଛି।

ଡାକ୍ତରଙ୍କ କହିବା ଅନୁସାରେ ଜେଟଲୀଙ୍କ ହାର୍ଟ ଏବଂ ହୃତପିଣ୍ଡ ଠିକ୍ ଭାବରେ କାମ କରିବା ବନ୍ଦ କରି ଦେଇଛି।

Comment