ଓଡ଼ିଶାଲାଇଭ୍‌ ବ୍ୟୁରୋ

ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ଯଦି ଆପଣ ଭିକାରୀ ଶବ୍ଦ ଟାଇପ୍ କରିବେ ଏବଂ ଇମେଜ୍ ଉପରେ କ୍ଲିକ୍ କରିବେ ତେବେ ନଜର ଆସିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କ ବିଭିନ୍ନ ଫଟୋ ସହ ଇ୍ରମାନଙ୍କ ସମ୍ବନ୍ଧୀୟ ଖବର ମଧ୍ୟ ଆପଣ ପାଇ ପାରିବେ। ଏନେଇ ସୋସିଆଲ ମଡିଆରେ ବେଶ୍‌ ଚର୍ଚ୍ଚା ଚାଲିଛି। ୟଜର୍ସ ଏହାର ମଜା ନେଉଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଗଲ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ ତୀବ୍ର ବିରୋଧ କରୁଛନ୍ତି। ଏନେଇ ସେ ଦେଉଥିବା ବିଭିନ୍ନ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ଥିଲାବେଳେ ଏହି ଖବର ଏବେ ତାଙ୍କୁ ଆହୁରି ଚର୍ଚ୍ଚିତ କରିଛି।

ଏବେ ସବୁଠ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଭିକାରୀ ସର୍ଚ୍ଚ କଲେ କାହିଁକି ଇମ୍ରାନଙ୍କ ଫଟୋ ଆସୁଛି?

ଏହା ଟେକ୍ନୋଲୋଜିକୁ ଆଧାର କରି ହୋଇଥାଇପାରେ। ଯେତେବେଳେ କୌଣସି ୟୁଜର କିୱାର୍ଡ ପକାନ୍ତି ସେତେବେଳେ ତାହା ଏଲ୍ଗୋରିଦମ୍‌ ଅନୁସାରେ ସେହି ୱେବପେଜ୍ ଓ ଫଟୋ ସାମ୍ନାକୁ ଆସିଥାଏ।

ଗୁଗଲ ସର୍ଚ୍ଚ ଇଞ୍ଜିନକୁ ଏପରି ପ୍ରସ୍ତୁତ କରାଯାଇଛି ଯେ ଯେତେବେଳେ କୌଣସି ଶବ୍ଦକୁ ବାରମ୍ବାର ସନ୍ଧାନ କରାଯାଏ ତେବେ ସର୍ଚ୍ଚ ଇଞ୍ଜିନ୍ ସେହି କିୱାର୍ଡକୁ ଲୋକପ୍ରିୟ ଶ୍ରେଣୀରେ ସାମିଲ କରିଦିଏ। ସେଥିପାଇଁ ଇମ୍ରାନଙ୍କ ଫଟୋ ଆସୁଥାଇ ପାରେ।

Comment