ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାଧୀନତା ଦିବସରେ ରିଲିଜ ହୋଇଥିବା ଖିଲାଡି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଳ’ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରୁଛି। ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ରିଲିଜ୍‌ର ୩ ଦିନରେ ୭୦ କୋଟି କ୍ଲବରେ ପହଞ୍ଚିପାରିଛି ‘ମିଶନ ମଙ୍ଗଳ’। ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଗୁରୁବାର ରିଲିଜ ହୋଇଥିବା ‘ମିଶନ ମଙ୍ଗଳ’ ପ୍ରଥମ ଦିନରେ ୨୯.୧୬ କୋଟି ଟଙ୍କାର ଏକ ବଡ଼ ବ୍ୟବସାୟ କରିଥିଲା। ଶୁକ୍ରବାର ଏହି ଫିଲ୍ମ ୧୭.୨୮ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ପିଲ୍ମ ୨୩.୫୮ କୋଟିର ବଡ଼ ଆୟ କରିଥିଲା। ଯାହା ଫଳରେ ୭୦ କୋଟି କ୍ଲବରେ ପହଞ୍ଚିଛି ଫିଲ୍ମ ‘ମିଶନ ମଙ୍ଗଳ’।

ତେବେ ଚଳିତ ସପ୍ତାହରେ ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ପହଞ୍ଚିବା ଆଶା କରାଯାଉଛି।

‘ମିଶନ ମଙ୍ଗଳ’ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତ। ଏହା ବ୍ୟତୀତ ଫିଲ୍ମରେ ବିଦ୍ୟା ବାଲାନ, ତାପ୍‌ସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ଶରମନ୍ ଜୋଶୀ, କିର୍ତ୍ତୀ କୁହ୍ଲାରୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ଜଗନ ଶକ୍ତି ‘ମିଶନ ମଙ୍ଗଳ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Comment