ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜବାହାରଲାଲ ନେହେରୁ ୟୁନିଭରସିର୍ଟି (ଜେଏନୟୁ)କୁ ମୋଦୀଙ୍କ ନାଁରେ ନାମକରଣ କରିବାକୁ କହିଛନ୍ତି ଜଣେ ବିଜେପି ସାଂସଦ। ଉତ୍ତର-ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ହଂସରାଜ ହଂସ ଶନିବାର ଏପରି ବକ୍ତବ୍ୟ ରଖିଛନ୍ତି । ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମ୍ୟରେ ଯୋଗଦେଇ ସେ ଏପରି ମତ ରଖିଛନ୍ତି ।

ଧାରା ୩୭୦ଉଚ୍ଛେଦ ସଂପର୍କରେ ମତ ରଖି ହଂସରାଜ କହିଛନ୍ତି, “ପ୍ରାର୍ଥନା କର ସମସ୍ତେ ଏକାଠି ଶାନ୍ତିପୂର୍ଣ୍ଣ ଭାବରେ ରୁହନ୍ତୁ। କୌଣସି ସ୍ଥାନରେ ବୋମା ବିସ୍ପୋରଣ ନ ଘଟୁ। ଆମ ପୂର୍ବପିଢ଼ି ଯେଉଁ ତ୍ରୁଟି କରିଯାଇଥିଲେ ଏବେ ଆମେ ତାହାର ଫଳ ଭୋଗୁଛୁ । ମୋଦି ସରକାର ଏହାକୁ ଉଚ୍ଛେଦ କରିବାରେ ସଫଳ ହୋଇଛନ୍ତି। ତେଣୁ ମୁଁ କହୁଛି ଏହି ଜେଏନୟୁର ନାମ ପରିବର୍ତ୍ତନ କରି ଏହାକୁ ନରେନ୍ଦ୍ର ମୋଦି ୟୁନିଭରସିର୍ଟି କରିଦିଆଯାଉ। କାରଣ ମୋଦିଙ୍କ ନାଁରେ ବି କିଛି ରହିବା ଦରକାର। ”

୧୯୬୯ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନାମରେ ଦିଲ୍ଲୀରେ ଜେଏନୟୁ ପ୍ରତିଷ୍ଠା କରାଯାଇଥିଲା।  ତେବେ ବିଜେପି ସାଂସଦ ହଂସରାଜଙ୍କ ଏଭଳି ବୟାନକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି।

Comment