ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳୁ ସକାଳୁ ଶ୍ରୀମନ୍ଦିର ଚାରିପଟୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ବେଆଇନ୍‌ ଦୋକାନ ଏବଂ ସରକାରୀ ଓ ଘରୋଇ କୋଠା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଘଟଣାସ୍ଥଳରେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଅଛନ୍ତି। କୌଣସି ଅପ୍ରିତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ସମେତ ୮ ଜଣ ମାଜିଷ୍ଟ୍ରେଟ୍ ଉପସ୍ଥିତ ଅଛନ୍ତି।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଯାଏଁ ଜବରଦଖଲ ଉଛେଦ କରିବାକୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ଜଷ୍ଟିସ୍ ବି ପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ କ୍ୟାବିନେଟ୍‌ର ନିଷ୍ପତ୍ତି ହୋଇଥିଲା।

ଜବରଦଖଲ ଉଛେଦରେ କ୍ଷତିଗ୍ରସ୍ତ ଲୋକ ଏବଂ ସଂସ୍ଥାକୁ ଥଇଥାନ ସହ କ୍ଷତିପୂରଣ ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା।

ପୁରୀ ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଛେଦ ନିଷ୍ପତ୍ତିକୁ ବିରୋଧ କରିଥିଲେ ସେବାୟତ ଏବଂ ପୁରୀ ବାସିନ୍ଦା। ଜରଦଖଲ ଉଛେଦ ହେଲେ ଐତିହ୍ୟ ପ୍ରତି ବିପଦ ଦେଖାଦେବ ବୋଲି ସେବାୟତମାନେ କହିଥିଲେ।

Comment