ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୫ ଦିନ ପରେ ଆଜିଠାରୁ ଜମ୍ମୁ କଶ୍ମୀରରେ ଖୋଲିଛି ସମସ୍ତ ସ୍କୁଲ, କଲେଜ ଓ ସରକାରୀ ଅଫିସ୍। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେପଟେ ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ପଥର ଫିଙ୍ଗା ହୋଇଥିବା ନେଇ ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜ ଆସିବା ପରେ ପୁଣିଥରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ଜମ୍ମୁ କଶ୍ମୀରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାଇ ରଖିବାକୁ ଏଭଳି ଦିଷ୍ପତ୍ତି ନିଆଯାଇଛି। ସେହିପରି ସରକାରୀ ବସ୍‌ ଚଳାଚଳ ବ୍ୟବସ୍ଥାରେ ମଧ୍ୟ କଟକଣା ଲଗାଯାଇଛି।

ଶନିବାରଠାରୁ ଲ୍ୟାଣ୍ଡଲାଇନ୍‌  ଫୋନସେବା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଇଣ୍ଟରନେଟ୍‌, ମୋବାଇଲ ସେବା ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି।

Comment