ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପାକ୍‌ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି। ପିଓକେକୁ ପାକିସ୍ତାନରୁ ଅଲଗା କରିବାକୁ ସେ ଆହ୍ୱାନ ଦେଇଛନ୍ତି।

‘‘ମୋ ଜୀବନକୋଳରେ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ମୁଁ ଭାଗ୍ୟବାନ। କିଛି ଲୋକ ଜମ୍ମୁ କଶ୍ମୀରରେ ସ୍ୱତନ୍ତ୍ର ପାହ୍ୟାକୁ ଉପଭୋଗ କରୁଥିବାରୁ କେହି ଏହାକୁ ହଟାଇ ପାରିବେନି ବୋଲି ଭାବୁଥିଲେ। ହେଲେ ମୋଦି ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ପରେ ଏବେ ପିଓକେକୁ ପାକିସ୍ତାନଠାରୁ ଛଡ଼େଇବାର ବେଳ’’, କହିଛନ୍ତି ଜିତେନ୍ଦ୍ର।

ଜମ୍ମୁରେ ବିଜେପି ପାର୍ଟି ଅଫିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଓକେକୁ ନେଇ ବଡ଼ ବୟାନ ଦେଇଥିଲେ। ଏଣିକି ପିଓକେକୁ ନେଇ କଥାବର୍ତ୍ତା ହେବ ବୋଲି ସେ କହିଥିଲେ।

Comment