ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ରେ ଲିଙ୍କ୍‌ ହୋଇପାରେ ଆଧାରକାର୍ଡ। ଏନେଇ ସୁପ୍ରିମକୋର୍ଟ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି।

ଫେସ୍‌ବୁକ୍‌ରେ ଆଧାର କାର୍ଡ ଲିଙ୍କ କରିବା ପାଇଁ ଚେନ୍ନାଇରୁ ୨ଟି, ଓଡ଼ିଶାରୁ ଗୋଟିଏ, ମୁମ୍ବାଇରୁ ଗୋଟିଏ ପିଟିସନ ଦାଖଲ କରାଯାଇଥିଲା। ନିକଟରେ ତାମିଲନଡୁ ସରକାର ମଧ୍ୟ ସୋସିଆଲ ମିଡିଆରେ ଆଧାରକାର୍ଡ ସଂଯୋଗ କରିବାକୁ ଦାବି କରିଥିଲେ।

ତାମିଲନାଡୁ ସରକାରଙ୍କ ଦାବି ଏବଂ ବିଭିନ୍ନ ରାଜ୍ୟରୁ କୋର୍ଟରେ ପିଟିସନ ଦାଖଲ ହେବା ପରେ ଫେସ୍‌ବୁକ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି। ଏବେ ଏହି ମାମଲାର ବିଚାର କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଗୁଗୁଲ, ଟ୍ୱିଟର, ୟୁଟ୍ୟୁବ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ସାଇଟ୍‌ କର୍ତ୍ତୃପକ୍ଷଙ୍କ ମତାମତ ଲୋଡ଼ିଛନ୍ତି।

ସେପ୍ଟେମ୍ବର ୧୩ ସୁଦ୍ଧା ନୋଟିସ୍‌ର ଉତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ଅନିରୁଦ୍ଧ ବୋଷ୍‌ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି।

ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ ସୋସିଆଲ ମିଡିଆରେ ଆଧାର ଲିଙ୍କ କରିବା ପାଇଁ ଭାରତର ବିଭିନ୍ନ କୋର୍ଟରେ ପିଟିସନ ଦାଖଲ ହୋଇଛି। ଏଣୁ ସବୁଠି ଏହି ଗୋଟିଏ ମାମଲାର ଶୁଣାଣି ନକରି ଗୋଟିଏ କୋର୍ଟରେ ଶୁଣାଣି କରାଯାଉ।

Comment