ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ୍‌ ଆଦିତ୍ୟ ରାୟ କପୁରଙ୍କ ପ୍ରଂଶସକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ସେ ତାଙ୍କ ଗାର୍ଲଫ୍ରେଣ୍ଡ ଦିବା ଧଓ୍ୱନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟ ୨୦୨୦ରେ ବିବାହ କରିବେ ବୋଲି ସୂଚନା ମିଳିଛି। ଅବଶ୍ୟ ଆଦିତ୍ୟ ରାୟ କପୁର, ଦିବା ଧଓ୍ୱନଙ୍କ ପକ୍ଷରୁ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ।

ବର୍ଷେ ହେଲା ଆଦିତ୍ୟ ଦିବାଙ୍କୁ ଡେଟ୍ କରୁଛନ୍ତି। ନ୍ୟୁୟର୍କରେ ଜନ୍ମିତ ଦିବା ଜଣେ ମଡେଲ। ତାଙ୍କ ବାପା ମା’ ଭାରତୀୟ। ଦିବା ମଧ୍ୟ ଭାରତରେ ରହୁଛନ୍ତି।

ଆଦିତ୍ୟ ରାୟ କପୁର ନିଜ ବ୍ୟକ୍ତଗତ ଜୀବନ ସଂପର୍କରେ ମିଡିଆରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ। ସେ ତାଙ୍କ ପରିବାରକୁ ସବୁବେଳେ ମିଡିଆରୁ ଦୂରେଇ ରଖନ୍ତି।

Comment