ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ବନ୍ୟା ବିପନ୍ନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ।

ମହାରାଷ୍ଟ୍ରର ବହୁ ଅଞ୍ଚଳରେ ବର୍ତ୍ତମାନ ବନ୍ୟାପାଣି ଘେରି ହୋଇରହିଛି। ଏପରି ଏକ ସମୟରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ବିଗ୍ ବି ଅମିତାଭ୍ ବଚ୍ଚନ। ଅମିତାଭ ବଚ୍ଚନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି।

ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଟୁଇଟ୍‌ କରି ଅମିତାଭଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, “ଧନ୍ୟବାଦ ଅମିତାଭ ବଚ୍ଚନ। ବନ୍ୟା ପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବାରୁ ଧନ୍ୟବାଦ।”

ଏହା ପୂର୍ବରୁ ମହାରାଷ୍ଟ୍ରର ବନ୍ୟା ପୀଡ଼ିତ ଲୋକଙ୍କ ପାଇଁ ଅଭିନେତା ରିତେଶ ଦେଶମୁଖ୍ ଓ ତାଙ୍କ ପତ୍ନୀ ଜେନେଲିଆ ୨୫ଲକ୍ଷ ଟଙ୍କା ଦାନ କରିଥିଲେ।

ଅମିତାଭ୍ ପୂର୍ବରୁ ମଧ୍ୟ ଆସାମର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ମଧ୍ୟ ୫୧ଲକ୍ଷ ଟଙ୍କା ଦାନ କରିଥିଲେ।

Comment