ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ନାମୀ କଳାକାରଙ୍କ ସମରୂପୀ ବା ଡୁପ୍ଲିକେଟଙ୍କୁ ଦେଖିଛନ୍ତି କିଆସନ୍ତୁ ଜାଣିବା ସେମାନେ କିଏ   କରନ୍ତି?

ସଲମାନ ଖାନ୍

ବଲିଉଡ୍ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଡୁପ୍ଲିକେଟ୍ ଭାବେ ପରିଚିତ ନଜିମ୍ ଖାନ୍। ସେ ସଲମାନ୍‌ ଖାନଙ୍କ ପାଇଁ କେତୋଟି ଫିଲ୍ମରେ ଖତରନାକ୍ ଷ୍ଟଣ୍ଟ ଦେଇଛନ୍ତି। ନଜିମ୍ ସଲମାନଙ୍କ ପାଇଁ କାମ କରୁଥିବାରୁ ଖୁବ୍ ଖୁସି।

ରଣବୀର କପୁର

ବଲିଉଡର ହାର୍ଟଥ୍ରୋବ୍ ରଣବୀର କପୁରଙ୍କର ଜଣେ ଡୁପ୍ଲିକେଟ୍ ବି ଅଛନ୍ତି, ଯାହାକୁ ଦେଖିଲେ ରଣବୀରଙ୍କ ପିତା ଋଷି କପୁର ବି ଧୋକା ଖାଇଛନ୍ତି। ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେନି।

ରଣବୀର କପୁରଙ୍କ ଡୁପ୍ଲିକେଟଙ୍କ ନାଁହେଲା ଜୁନୈଦ ଶାହା। ଜୁନୈଦଙ୍କ ଘର କାଶ୍ମୀରରେ। ଯେତେବେଳେ ରଣବୀର କପୁରଙ୍କ ସହିତ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲିଲା, ସେତେବେଳେ ଜୁନୈଦ୍ ବେଶ୍‍ ଲୋକପ୍ରିୟ ହୋ‍ଇଗଲେ। ୨୪ ବର୍ଷୀୟ ଜୁନୈଦଙ୍କ ଚେହେରା ଅବିକଳ ରଣବୀର କପୁରଙ୍କ ପରି। ସେ ଜିଟିଭିରେ ପ୍ରସାରିତ ଏକ ସୋ’ରେ କାମ କରିଛନ୍ତି। ସେ ଏମବିଏ ପାସ୍ କରିଛନ୍ତି।।

ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କର ବି ଜଣେ ଡୁପ୍ଲିକେଟ୍ ଅଛନ୍ତି। ସେ ହେଉଛନ୍ତି ଜଣାଶୁଣା ରେସଲର୍ ସନ୍ ମାଇକେଲ। ପ୍ରାୟ ୧୫ ବର୍ଷ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଡବ୍ଲୁ ଡବ୍ଲୁ ଏଫ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ଚେହେରା ଅକ୍ଷୟ କୁମାର ସହିତ ପ୍ରାୟ ମିଶିଯାଏ।

ଦୀୟା ମିର୍ଜା

ଆମେରିକୀୟ ଗାୟିକା ତଥା ନାୟିକା ଏନେ ଜାକଲିନଙ୍କ ଚେହେରା ଅନେକାଂଶରେ ଅଭିନେତ୍ରୀ ଦୀୟା ମିର୍ଜାଙ୍କ ସହିତ ମିଶିଯାଏ।

କ୍ୟାଟ୍ରିନା କୈଫ୍

ବଲିଉଡର ଏପରି ଜଣେ ନାୟିକା ଅଛନ୍ତି, ଯାହାଙ୍କର ଚେହେରା ସମ୍ପୂର୍ଣ୍ଣ ମିଶିଯାଏ କ୍ୟାଟ୍ରିନାଙ୍କ ସହ। ସେ ହେଲେ ଜରିନ ଖାନ୍। ଜରିନଙ୍କୁ କ୍ୟାଟ୍ରିନାଙ୍କର ଡୁପ୍ଲିକେଟ୍ ବୋଲି କୁହାଯାଏ।

ହ୍ରିତିକ ରୋଶନ୍

ବଲିଉଡ ସୁପରଷ୍ଟାର୍ ହ୍ରିତିକ୍ ରୋଶନଙ୍କର ଦୁଇଜଣ ଡୁପ୍ଲିକେଟ୍ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ହରମାନ୍ ବାୱେଜା। ସେ ହେଉଛନ୍ତି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ହରି ବାୱେଜାଙ୍କ ପୁଅ ହରମନ୍ ଯେତେବେଳେ ‘ଲଭ୍ ଷ୍ଟୋରି ୨୦୫୦’ରେ ନାୟକ ଭାବେ ପରଦାକୁ ଆସିଥିଲେ ସେତେବେଳେ ତାଙ୍କୁ ସମସ୍ତେ ହ୍ରିତିକଙ୍କ ଡୁପ୍ଲିକେଟ୍ ବୋଲି କହିଲେ।

ହ୍ରିତିକଙ୍କର ଆଉ ଜଣେ ଡୁପ୍ଲିକେଟ୍ ହେଲେ ବ୍ରେଡଲି ଚାର୍ଲସ। ସେ ଜଣେ ଆମେରିକୀୟ ଅଭିନେତା। ବ୍ରେଡଲି ଆମେରିକାର ଜଣେ ହାଇଏଷ୍ଟ-ପେଡ୍ ଆକ୍ଟର।

ଅନୁଷ୍କା ଶର୍ମା

ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମାଙ୍କ ଡୁପ୍ଲିକେଟ୍ ହେଲେ ନାଜିୟା ହୁସେନ୍।

ତୁଷାର କପୁର

ପ୍ରଖ୍ୟାତ ଅଭିନେତା ଜିତେନ୍ଦ୍ରଙ୍କ ପୁତ୍ର ତୁଷାର କପୁରଙ୍କ ଚେହେରା ବି ଜଣେ ଇଂଲିଶ୍ ଆକ୍ଟରଙ୍କ ସହିତ ମିଶିଯାଏ। ଏହି ଆକ୍ଟର ଜଣକ ହେଲେ ଫିଲିପ୍ ରାଇହସ୍।

ସୋନାକ୍ଷୀ ସିହ୍ନା

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କର ଡୁପ୍ଲିକେଟ୍ ହେଲେ ପ୍ରିୟା ମୁଖାର୍ଜୀ। ପ୍ରିୟା ଇନଷ୍ଟାଗ୍ରାମରେ ସୋନାକ୍ଷୀ ନାମରେ ଏକ ଆକାଉଣ୍ଟ ଖୋଲିଛନ୍ତି। ତାଙ୍କୁ ଦେଖିଲେ ଯେ କେହି ଭାବିବ ଯେ ସେ ହେଉଛନ୍ତି ସୋନାକ୍ଷୀ ସିହ୍ନା। ତାଙ୍କୁ କେହି ସୋନାକ୍ଷୀଙ୍କ ଭଳି ଦିଶନ୍ତି ବୋଲି କହିଲେ ସେ ଖୁବ୍ ଖୁସି ହୋଇଥାନ୍ତି ବୋଲି ପ୍ରିୟା ମୁଖାର୍ଜୀ କହନ୍ତି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

‘ଲକି ନୋ ଟାଇମ୍ ଫର୍ ଲଭ୍’ ଟାଇଟଲ ଥିବା ଏକ ସିନେମାରେ ଜଣେ ନବାଗତାଙ୍କର ଏଣ୍ଟ୍ରି ହୋ‍ଇଥିଲା ବଲିଉଡରେ। ଚର୍ଚ୍ଚା ହେଲା ଏହି ନାୟିକାଙ୍କ ଚେହେରା ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି। ତାଙ୍କ ନାଁ ହେଲା ସ୍ନେହା ଉଲ୍ଲାଲ। ଐଶ୍ୱର୍ଯ୍ୟାଙ୍କ ଡୁପ୍ଲିକେଟ୍ ହେଲେ ସ୍ନେହା।

LEAVE A REPLY

Please enter your comment!
Please enter your name here