ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାକୁ ଖୁସି କଲେ କେନ୍ଦ୍ର ସରକାର। ଦେଶର ଆଇକନିକ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ପାଇବ ଓଡ଼ିଶା। ଏନେଇ ଦିଲ୍ଲୀର ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ।

ଏନେଇ ସେ କହିଛନ୍ତି, “ଖୁବ୍‌ଶୀଘ୍ର ଓଡ଼ିଶାକୁ ଆଇକନିକ୍‌ ହେରିଟେଜର ମାନ୍ୟତା ଦିଆଯିବ। ପୂର୍ବରୁ ଓଡ଼ିଶା ଡକ୍ୟୁମେଣ୍ଟରେ ଅଭାବ ଥିବାରୁ ଆଇକନିକ୍‌ ଐତିହ ମାନ୍ୟତା ମିଳି ପାରିନଥିଲା। ଓଡ଼ିଶାର ପୁରୀ ଓ କୋଣାର୍କ ଏମିତି ଜାଗା ଯାହା ଆଇକନିକ୍‌ ଐତିହରେ ସ୍ଥାନ ପାଇବା ଜରୁରୀ। ଏହା ମଧ୍ୟ ଏମିତି ଏକ ଜାଗା ଯାହାକୁ କେହି ଅଣଦେଖା କରିପାରିବେ ନାହିଁ।”

ଚଳିତ ଆର୍ଥିକ ବର୍ଷରେ ଦେଶର ୧୭ଟି ପର୍ଯ୍ୟଟନସ୍ଥଳୀ ତାଲିକାରେ ତାଜମହଲ, ଫତେପୁରସିକ୍ରି, ଅଜନ୍ତା-ଏଲୋରା, ହୁମାୟୁନ ଟମ୍ଵ ଓ ଲାଲକିଲ୍ଲା ସ୍ଥାନ ପାଇଥିଲା। ହେଲେ ସେଥିରେ ଓଡ଼ିଶାର କୌଣସି ବି ସ୍ଥାନକୁ ତାଲିକାରେ ସାମିଲ କରାଯାଇନଥିଲା।

Comment