ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଆକ୍ସନ ବୟ ଭାବେ ପରିଚିତ ଆକାଶ ଦାସ ନାୟକ। ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘କଳିଙ୍ଗପୁତ୍ର’ ଜରିଆରେ ନାୟକ ଭାବେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହା ପୂର୍ବରୁ ଅବଶ୍ୟ ଆକାଶ ଆଲବମ୍‌ ହିରୋ ଭାବେ ଓଡ଼ିଶାରେ ସୁପରିଚିତ ଥିଲେ।

ଅଭିନେତା ପୁଣି ରାଜନେତା, ଦୁଇଟି କାମ ସହ ଆପଣ କିପରି ସନ୍ତୁଳନ ରକ୍ଷା କରିପାରୁଛନ୍ତି ?

ରାଜନୀତି ମୋର କର୍ତ୍ତବ୍ୟ। ଲୋକମାନେ ମୋତେ ନେତା ଭାବେ ଚୟନ କରିଥିବାରୁ ମୋର ତାଙ୍କ ପ୍ରତି କର୍ତ୍ତବ୍ୟ ରହିଛି। ସେଥିରେ ମୁଁ କୌଣସି ଅବହେଳା କରିବାକୁ ଚାହୁଁନାହିଁ। କିନ୍ତୁ ଅଭିନୟ କେବଳ ମୋର ପେସା ନୁହେଁ, ଏହା ମୋର ପ୍ୟାସନ୍। ରିଲ୍‌ ଲାଇଫ୍‌ରେ ମୋର ଚରିତ୍ର ଓ ପ୍ରକୃତ ଜୀବନ ସମ୍ପୂର୍ଣ୍ଣ ଭିନ୍ନ।

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଗତ ଏକ ବର୍ଷ ମଧ୍ୟରେ ଅନେକ ନୂଆ ଚେହେରା ଦେଖିବାକୁ ମିଳୁଛି  ବିଷୟରେ ଆପଣ ’ଣ କହିବେ?

ମୋ ମତରେ ଆମ ସିନେମା ଇଣ୍ଡଷ୍ଟ୍ରିର ଭବିଷ୍ୟତ ଉଜ୍ଜ୍ୱଳ। ନୂଆ ନୂଆ ପିଲା ଭଲ କାମ ମଧ୍ୟ କରୁଛନ୍ତି। ଆହୁରି ବହୁତ ଭଲ ତଥା ମୌଳିକ ସିନେମା ତିଆରି ହେଲେ ଉଚ୍ଚମାନର ଦର୍ଶକ ମଧ୍ୟ ଓଡ଼ିଆ ସିନେମା ଦେଖିବା ପାଇଁ ମନ ବଳାଇବେ।

ଆକାଶ ଅଗସ୍ତ୍ୟ, ଜଷ୍ଟ ମହମ୍ମଦ, ହିରୋଗତରତ ଭଳି ଫିଲ୍ମ କରି ଦର୍ଶକଙ୍କ ମନ କିଣିପାରିଛନ୍ତି।

Comment