ଓଡ଼ିଶାଲାଇଭ୍ ବ୍ୟୁରୋ

  • ସେପ୍ଟେମ୍ବର ୧ରୁ ଲାଗୁ ହେବ ଓ୍ୱାନ୍‌ ନେସନ୍‌ ଓ୍ୱାନ୍ ରାସନ୍‌ କାର୍ଡ’
  • ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ନେଇପାରିବେ ହିତାଧିକାରୀ
  • ଗରିବ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବେ ନାହିଁ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ଯେ କୌଣସି ସ୍ଥାନରୁ ରାସନ୍‌ ସାମଗ୍ରୀ ନେଇ ପାରିବେ ହିତାଧିକାରୀ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ କାର୍ଡ’ ଲାଗୁ ହେବାକୁ ଯାଉଛି। ଏହା ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସୂଚନା ଦେଇଛନ୍ତି।

ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ରାସନ କାର୍ଡ ଦେଖାଇ ଯେକୌଣସି ସ୍ଥାନରୁ ରାସନ୍‌ ସାମଗ୍ରୀ ନେଇପାରିବେ।

ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଲାଗୁ କରାଯିବ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି।

ଦେଶର ଯେକୌଣସି ସ୍ଥାନରେ ରାସନ୍‌ କାର୍ଡ ଦେଖାଇ ହିତାଧିକାରୀ ରାସନ୍‌ ସାମଗ୍ରୀ ନେଇପାରିବେ।

Comment