ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ପୁଞ୍ଛ୍‌ ଜିଲ୍ଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତୀ ଉଲ୍ଲଙ୍ଘନ କରିଛି। ପାକ୍‌ ସେନା ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି।

ସୁଧୁରୁନି ପାକିସ୍ତାନ। ସବୁଠି ବିଫଳ ହେବା ପରେ ଏବେ ସୀମାରେ ବାରମ୍ବାର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରୁଛି ପାକିସ୍ତାନ। ଆଜି ପୁଣି ସୀମାରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଛି।  ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀର ପୁଞ୍ଛ୍‌ ଜିଲ୍ଲାର କୃଷ୍ଣାଘାଟିରେ ସେକ୍ଟରରେ ଏହି ଗୁଳିମାଡ଼ ହୋଇଛି। ଏହାପରେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛନ୍ତି।

ଏହାପୂର୍ବରୁ ଅଗଷ୍ଟ ୧୭ରେ ରାଜୌରୀର ନୌସେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିଲା। ଏଥିରେ ଡେରାଡୁନ ନିବାସୀ ଜଣେ ଯବାନ ଲାନ୍ସ ନାୟକ ସନ୍ଦୀପ ଥାପ୍ପା ସହିଦ ହୋଇଥିଲେ।

ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇ ପଡ଼ିଛି। ଏ ପ୍ରସଙ୍ଗରେ ଆନ୍ତର୍ଜାତିକ ସମୁଦାୟରୁ ନିରାଶ ହେବା ପରେ ପାକିସ୍ତାନ ଏବେ ଅସ୍ତ୍ର ବିରତୀ ଉଲ୍ଲଙ୍ଘନ କରି ଭାରତକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି।

Comment